www.samajalive.in
Sunday, December 7, 2025
18.1 C
Bhubaneswar

ଗୃହର ଐଶାନ୍ୟ କୋଣରେ ଘଣ୍ଟି ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାନ୍ତୁ

ସକାଳ ସମୟରେ ବିଛଣା ତ୍ୟାଗ କରିବା ପରେ ପ୍ରଥମେ ଈଶ୍ୱରଙ୍କ ନାମ ସ୍ମରଣ କରିବା ଉଚିତ।
ଘରର ଐଶାନ୍ୟ କୋଣରେ ଘଣ୍ଟି ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ସର୍ବଦା ରହିଥାଏ।
ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ସୌଭାଗ୍ୟ ପ୍ରାପ୍ତି ପାଇଁ ସପରିବାର ତୀର୍ଥ ଯାତ୍ରାରେ ଯିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି, ସୁଖସମୃଦ୍ଧି ବୃଦ୍ଧି ଓ ପରିବାର ପିଲାମାନଙ୍କ ମନ ନିର୍ମଳ ରହିଥାଏ।
ସର୍ବଦା ପିଲାମାନଙ୍କ ଦ୍ୱାରା ଦାନ କରାନ୍ତୁ। ଏପରି କରିବା ଦ୍ୱାରା ସମଗ୍ର ପରିବାରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଅମାବାସ୍ୟା ଦିନ ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ।
ପିତୃପୁରୁଷଙ୍କୁ ସ୍ନେହର ସହ ସ୍ମରଣ କରନ୍ତୁ।
ଘରେ ପ୍ରସ୍ତୁତ ଭୋଜନରୁ ପ୍ରତିଦିନ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।
ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ।
ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ।
ରାତିରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ବିଛଣା ନିକଟରେ ରଖି ଦିଅନ୍ତୁ। ସକାଳେ ଉଠିବା ମାତ୍ରେ ସେହି ପାଣି ଏକ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କିମ୍ବା ସଫାସୁଫି କାର୍ୟ୍ୟ କରନ୍ତୁ ନାହିଁ। ସନ୍ଧ୍ୟାରେ ଝାଡ଼ୁ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଘରେ ପ୍ରତିଦିନ ଭଗବାନଙ୍କୁ ସତେଜ ଫୁଲ ଓ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ।
ସକାଳ ଓ ସନ୍ଧ୍ୟାରେ ନିୟମିତ ଆଳତୀ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories