www.samajalive.in
Sunday, December 7, 2025
18.1 C
Bhubaneswar

ଅନ୍-ଲାଇନ୍ ଋଣ ଠକେଇ, ଚୀନ ନାଗରିକ ଗିରଫ

ହାଇଦରାବାଦ: ପ୍ରାୟ ୨୧ହଜାର କୋଟି ଟଙ୍କାର ଅନ୍-ଲାଇନ୍ ଚାଇନା ଋଣ ଆପ୍ ଦୁର୍ନୀତିର ତଦନ୍ତ କରୁଥିବା ହାଇଦରାବାଦ ପୁଲିସ ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଜଣେ ଚୀନ ନାଗରିକ ଝୁ ୱେଇ ଓରପ୍ ଲାମ୍ବୋ (୨୭)ଙ୍କୁ ଗିରଫ କରିଛି। ସେ ଭାରତ ଛାଡ଼ି ପଳାଇବା ଉଦ୍ୟମ କଲାବେଳେ ଗିରଫ ହୋଇଛନ୍ତି। ତାଙ୍କ ଘର ଚୀନର ଜିଆନଗି ପ୍ରଦେଶରେ ବୋଲି ପୁଲିସ କହିଛି। ଲମ୍ବୋ ଆଗ୍ଲୋ ଟେକ୍ନୋଲଜିସ୍, ଲ୍ୟୁଫାଙ୍ଗ ଟେକ୍ନୋଲଜିସ୍, ନାବଲୁମ୍ ଟେକ୍ନୋଲଜିସ୍ ଓ ପିନ୍ପ୍ରିଣ୍ଟ ଟେକ୍ନୋଲଜିସ୍ ଭଳି ୪ଟି କମ୍ପାନୀ ନାମରେ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରି ବେଆଇନ ଭାବେ ଋଣ ପ୍ରଦାନ କରୁଥିେଲ। ଏଥିସହିତ ଆନ୍ଧ୍ରପ୍ରଦେଶର କର୍ଣ୍ଣଲ ଜିଲାବାସୀ କେ. ନାଗରାଜୁ ନାମକ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ଆପ୍ ଜରିଆରେ ଋଣ ଦେଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେବା ପରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଋଣ ବାବଦରେ ଲୋକଙ୍କଠାରୁ ୩୬ପ୍ରତିଶତ ପର୍ୟ୍ୟନ୍ତ ସୁଧ ଅସୁଲ କରାଯାଉଥିବାର ଅଭିଯୋଗ ହୋଇଥିଲା। ଏହି ଶୋଷଣର ଶିକାର ହୋଇ ତିନି ଜଣ ଆତ୍ମହତ୍ୟା କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ଅଦ୍ୟାବଧି ଏହି ଦୁର୍ନୀତିରେ ପୁଲିସ ୧୮ଜଣଙ୍କୁ ଗିରଫ କଲାଣି। ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ, ପୁଣେ, ନାଗପୁର, ଗାଜିଆବାଦ, ଗୁଡଗାଓଁ ଆଦି ସହରର ହଜାର ହଜାର ଲୋକ ଲାମ୍ବୋ ଦ୍ବାରା ଶୋଷିତ ହୋଇଛନ୍ତି। ପୁଲିସ ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଥିବା ଚୀନ ଯୁବତୀ ୟୁଆନ ୟୁଆନ ଓରଫ୍ ସିସି ଓ ଜେନିଫରକୁ ଖୋଜୁଛି। ସେ ଏବେ ବିଦେଶରେ ଥିବା ସୂଚନା ମିଳିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories