www.samajalive.in
Sunday, December 7, 2025
26.1 C
Bhubaneswar

ସୋମବାର ଶପଥ ନେବେ ଜଷ୍ଟିସ୍ ମୁରଲୀଧର

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍ ମୁରଲୀଧରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଆଜି (ଗୁରୁବାର) ପ୍ରକାଶ ପାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଷ୍ଟିସ୍ ମୁରଲୀଧର ୩ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଓ ୪ ତାରିଖରେ ମୁଖ୍ୟ ବିଚାରପତିଭାବେ ଶପଥ ଗ୍ରହଣ କରିବେ। ସେହିପରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ଙ୍କ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ମଧ୍ୟ ଆଜି ପ୍ରକାଶ ପାଇଛି। ଜଷ୍ଟିସ୍ ରଫିକ୍ ୩ ତାରିଖରେ (ରବିବାର) ସେଠାରେ ଶପଥ ଗ୍ରହଣ କରିବେ।

ସୁପ୍ରିମକୋର୍ଟ କଲିଜିୟମ୍ ଗତ ୧୪ ତାରିଖରେ ଜଷ୍ଟିସ ମୁରଲୀଧର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ ଜଣ ବିଚାରପତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତ ୧୬ତାରିଖରେ ପ୍ରକାଶ ପାଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ୧୯୮୪ରେ ଚେନ୍ନାଇଠାରେ ଡକ୍ଟର ମୁରଲୀଧର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଳୀ ହାଇକୋର୍ଟରେ ଓକିଲାତି କରିଥିଲେ। ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଖୁବ୍ ସକ୍ରିୟ ଥିଲେ ଏବଂ ଏହି କମିଟିକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ଭୋପାଳ ଗ୍ୟାସ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର। ବହୁ ଜନସ୍ୱାର୍ଥ ମାମଲାରେ କୋର୍ଟମିତ୍ର ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ମଧ୍ୟ ପାଇଥିଲେ। ୨୦୦୨ରୁ ୨୦୦୬ ମଧ୍ୟରେ ଲ’ କମିସନ ପାର୍ଟଟାଇମ ସଦସ୍ୟ ଭାବେ କାର୍ୟ୍ୟ କରିବା ସହ ଜାତୀୟ ମାନବାଧିକାର ଆୟୋଗ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଓକିଲ ଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନା କରିଛନ୍ତି। ୨୯ ମଇ ୨୦୦୬ରେ ଦିଲ୍ଳୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଡକ୍ଟର ମୁରଲୀଧର। ପରେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲା। ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ମୁରଲୀଧର ୭ ଅଗଷ୍ଟ ୨୦୨୩ରେ ଅବସର ଗ୍ରହଣ କରିବେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories