www.samajalive.in
Tuesday, December 9, 2025
17.1 C
Bhubaneswar

ମଦ ରନ୍ଧା ବେଳେ ମହିଳା ଓ ଯୁବକ ସଂଘର ଚଢାଉ

ଫୁଲବାଣୀ/ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଡ଼ିକିଆ ଗ୍ରାମରେ ବାରମ୍ବାର ସଚେତନ ପରେ ମଧ୍ୟ କେତେକ ବିନା ଦ୍ୱିଧାରେ ଚୋରା ମଦ କାରବାର କରିବା ସହିତ ମଦ ରାନ୍ଧୁଥିବା ଖବର ପାଇ ଆଜି ବହୁ ମହିଳା ସଂଘ ଓ ଯୁବକ ସଂଘ ମିଳିତ ଭାବେ ଚଢାଉ କରି ସମସ୍ତ ମଦରନ୍ଧା ହାଣ୍ଡି, ବ୍ୟାରେଲ୍‍ ଗୁଡ଼ିକ ଜବତ କରିଛନ୍ତି। ଏଥିତ ସହିତ ଏଥିରେ ସଂପୃକ୍ତମାନଙ୍କୁ ସତର୍କ କରାଇଛନ୍ତି। ଗ୍ରାମାଞ୍ଚଳ ମାନଙ୍କରେ ବ୍ୟବସାୟିକ ଭିତ୍ତିରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିର ରେଖି ଆଜି ଏହି ପଦକ୍ଷେପ ନିଆଯାଇଛି। ଏଭଳି ସ୍ଥଳେ ଅବକାରୀ ବିଭାଗ ଓ ପୁଲିସ୍‍ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ଆଜି ସମିତିସଭ୍ୟା ଭାଗ୍ୟବତି ପ୍ରଧାନ, ଅନିତା ନାୟକ, ଦାୟି ନାୟକ, ମାର୍ଥା ନାୟକ, ଚିନ୍ଦ୍ରିକା ନାୟକ, ରେହେନା ନାୟକ, ଶ୍ରଦ୍ଧାଞ୍ଜଳୀ ନାୟକ, ପ୍ରତିମା ନାୟକ, ସଙ୍ଗୀତା ନାୟକ ଓ ଅନ୍ତରଙ୍ଗ ଯୁବକ ସଂଘର ସଂପାଦକ ହୃଷିକେଶ ପ୍ରଧାନ, ଦେବେନ୍ଦ୍ର ନାୟକ, ଲୁଟ ନାୟକ, ବିନେଶ ନାୟକ, ଆଲନ୍ସ ନାୟକ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ ସବୁ ଅଞ୍ଚଳରେ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories