www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ ଖୁବ ଶୀଘ୍ର କରୋନା ଟିକାକୁ ମଞ୍ଜୁରୀ : ଔଷଧ ନିୟନ୍ତ୍ରକ ମହାନିର୍ଦେଶକଙ୍କ ସୂଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ଟିକାକୁ ଖୁବ ଶୀଘ୍ର ମଞ୍ଜୁରୀ ମିଳିପାରେ। ଦେଶର ଔଷଧ ନିୟନ୍ତ୍ରକ ପ୍ରାଧିକରଣ ପକ୍ଷରୁ ଏହି ସୂଚନା ମିଳିଛି। ଗୁରୁବାର ଦିନ ଏକ ୱେବିନାରରେ କେନ୍ଦ୍ର ଔଷଧ ନିୟନ୍ତ୍ରଣ ସଂସ୍ଥାର ମହାନିର୍ଦେଶକ ଡକ୍ଟର ଭି.ଜି ସୋମାନି କହିଛନ୍ତି ଯେ ସମ୍ଭବତଃ ନୂଆ ବର୍ଷରେ ଆମ ଦ୍ବାରା କିଛି ହୋଇପାରିବ।
ଔଷଧ ନିୟନ୍ତ୍ରଣ ସଂସ୍ଥାର ମହାନିର୍ଦେଶକଙ୍କ ଏହି ଆଶ୍ବାସନା ସୂଚାଇ ଦେଛଛି ଯେ, ଜରୁରୀକାଳୀନ ଟିକା ବ୍ୟବହାର ପ୍ରାଧିକରଣ ବିଶେଷଜ୍ଞମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଟିକା ବ୍ୟବହାର ପୂର୍ବରୁ  ପ୍ରାଧିକରଣର ବିଶେଷଜ୍ଞମାନଙ୍କର ବୈଠକରେ ବସିଥାଏ ଓ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଥାଏ।​‌  ତେବେ ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୋଭିଡ -୧୯ ବିରୋଧରେ ଟୀକାକରଣ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଲୋକମାନେ ଶୀଘ୍ର ଭାରତରେ ଉତ୍ପାଦିତ ଏକ ଟିକା ପାଇପାରିବେ।

ଟିକା ଏବଂ କାଢା ଉଭୟ ଆବଶ୍ୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜକୋଟରେ ଏମ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ମୁଁ କହିଥିଲି ‘ଯେ ପର୍ୟ୍ୟନ୍ତ ଔଷଧ ନାହିଁ, ସେ ପର୍ୟ୍ୟନ୍ତ କୋହଳ ମନୋଭାବ ନାହିଁ’ କିନ୍ତୁ ବର୍ତ୍ତମାନ ମୁଁ କହୁଛି ଟିକା ମଧ୍ୟ ଏବଂ କାଢା ମଧ୍ୟ। ୨୦୧୧ ପାଇଁ ଆମର ମନ୍ତ୍ର ହେଉଛି ’ ଟିକା(ଔଷଧ) ଏବଂ କାଢା ମଧ୍ୟ’।

- Advertisement -

ପ୍ରଧାନମନ୍ତ୍ରୀ କରୋନା ଟିକା ବିଷୟରେ ସେ କହିଛନ୍ତି ଯେ ୨୦୨୦ ମସିହାରେ ସଂକ୍ରମଣର ନିରାଶା ଦେଖାଦେଇଥିଲା, ଚାରିଆଡେ ପ୍ରଶ୍ନ ଚିହ୍ନ ରହିଥିଲା । କିନ୍ତୁ ୨୦୨୧ ଆରୋଗ୍ୟ ପାଇଁ ଆଶା ଆଣୁଛି। ଏହି ଟିକା ସମ୍ବନ୍ଧରେ ଭାରତରେ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ଭାରତ ପ୍ରତ୍ୟେକ କ୍ଷେତ୍ରରେ ଟିକା ପାଇଁ ପ୍ରସ୍ତୁତ ହେଉଛି । ବିଶ୍ୱର ସର୍ବବୃହତ ଟୀକାରଣ କାର୍ୟ୍ୟକ୍ରମକୁ କାର୍ୟ୍ୟକାରୀ କରିବାକୁ ଭାରତ ପ୍ରସ୍ତୁତ ହେଉଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories