www.samajalive.in
Wednesday, December 10, 2025
15.1 C
Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟୀକା ଓ ଟୀକାକରଣ ପରିଷଦର ସଦସ୍ୟ ମନୋନୀତ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟୀକା ଓ ଟୀକାକରଣ ପରିଷଦ (ଗାଭି)ର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ କ୍ଷେତ୍ର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧିତ୍ୱ କରିବେ। ୨୦୨୧ ଜାନୁଆରୀ ୧ରୁ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଏବେ ମ୍ୟାମାଁରର ମିଣ୍ଟ ତେ ଏହି ଦାୟିତ୍ୱରେ ଅଛନ୍ତି। ଏହି ବୋର୍ଡ ସାଧାରଣତ ଜୁନ୍ ଏବଂ ନଭେମ୍ବର / ଡିସେମ୍ବର ମାସରେ ଦୁଇଥର ବୈଠକ କରିଥାଏ ଓ ମାର୍ଚ୍ଚ କିମ୍ବା ଏପ୍ରିଲରେ ରିଟ୍ରିଟ ଆୟୋଜନ ହୋଇଥାଏ। ଏହି ସମସ୍ତ ସଭାଗୁଡ଼ିକ ପ୍ରତ୍ୟେକ୍ଷ ଭାବେ ଆୟୋଜନ ହୋଇଥାଏ।

ଗାଭି ବୋର୍ଡ ବିଶ୍ୱରେ ଟୀକା ବିତରଣ ସମେତ ଏହାର କାର୍ଯ୍ୟକାରିତା ତଦାରଖ କରିଥାଏ। ବିଭିନ୍ନ ସହଭାଗୀ ସଂଗଠନ ତଥା ବେସରକାରୀ କ୍ଷେତ୍ରର ବିଶେଷଜ୍ଞଙ୍କ ସହଯୋଗରେ ବୋର୍ଡ ସନ୍ତୁଳିତ ରଣନୀତିକ ନିଷ୍ପତ୍ତି ଗ୍ରହଣ ସହ ବିଶ୍ୱରେ ଜୀବନ ବଞ୍ଚାଇବା, ଦାରିଦ୍ର୍ୟ ହ୍ରାସ କରିବା ତଥା ମହାମାରୀ ବିପଦରୁ ସୁରକ୍ଷା ଦେବା କ୍ଷେତ୍ରରେ କାର୍ଯ୍ୟ କରେ। ଅନ୍ୟପକ୍ଷରେ ଗାଭି ବିଶ୍ୱର ସବୁଠାରୁ ଗରିବ ଦେଶମାନଙ୍କରେ ୮୨.୨ କୋଟିରୁ ଅଧିକ ଶିଶୁଙ୍କୁ ଟୀକାକରଣ ସହ ଭବିଷ୍ୟତରେ ୧୪ ନିୟୁତରୁ ଅଧିକ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ ନେଉଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories