www.samajalive.in
Wednesday, December 10, 2025
15.1 C
Bhubaneswar

ବିଲ୍‌ ଗେଟସ୍‌ଙ୍କ ଚେକ୍‌କୁ ହାତଛଡ଼ା କଲେ ଉପସ୍ଥାପିକା !

୨୦୦୪ର ଏଇ ଘଟଣାଟି, ଆମେରିକାର ଏକ ଟିଭି ଚ୍ୟାନେଲ୍‌​‌େ​‌ର ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟସ୍‌ଙ୍କୁ ସାକ୍ଷାତକାର୍ ପାଇଁ ନିମନ୍ତ୍ରଣ କରାଗଲା। ଯଥା ସମୟରେ ବିଲ୍‌ ଷ୍ଟୁଡିଓରେ ଉପସ୍ଥିତ ହେଲେ, ସୁଟିଂ ମଧ୍ୟ ଆରମ୍ଭ ହେଲା। କମ୍ପ୍ୟୁଟର ଜଗତର ବାଦ୍‌ଶାହ ଭାବେ ଜଣାଯାଉଥିବା ବିଲ୍‌ଙ୍କୁ ଉପସ୍ଥାପିକା ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଶେଷରେ ପଚାରିଲେ, ଆପଣଙ୍କ ସଫଳତାର ରହସ୍ୟ କ’ଣ? ବିଲ୍ ସ୍ମିତ ହସି ନିଜ କୋଟ୍‌ର ଭିତର ପକେଟ୍‌ରେ ଥିବା ଚେକ୍ ବହିକୁ ବାହାର କରି ଦସ୍ତଖତ କଲେ ଓ ଉପସ୍ଥାପିକାଙ୍କୁ ଦେଲେ। ବିଲ୍ କହିଲେ, ମହାଶୟା ଆପଣ ଯେତେ ପରିମାଣ ନିଜ ଇଚ୍ଛାରେ ଏଇ ଚେକ୍‌ରେ ଲେଖିପାରିବେ, ମୋର ଆପତ୍ତି ନାହିଁ। ବିଲ୍‌ଙ୍କ ଏଭଳି ବ୍ୟବହାରରେ ଉପସ୍ଥାପିକା ଆଶ୍ଚର୍ଯ୍ୟ ହୋଇ କହିଲେ, ସାର୍ କ୍ଷମା କରିବେ…ମୁଁ ଆପଣଙ୍କ ସଫଳତାର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛି। ବିଲ୍ ପୁଣି ନିଜ କଥା ଦୋହରାଇ ତାଙ୍କୁ ଚେକ୍‌ଟି ଦେଲେ, କିନ୍ତୁ ଉପସ୍ଥାପିକାଜଣକ ଗ୍ରହଣ କଲେନି। ଜୋର୍‌ରେ ବିଲ୍ ଗେଟସ୍ ହସିବା ସହ ବଡ଼ ପାଟିରେ କହିଲେ, ମହାଶୟା ମୋ ସଫଳତାର ରହସ୍ୟ ହେଉଛି ମୁଁ ସୁଯୋଗ ହାତଛଡ଼ା କରେନି। ଆପଣଙ୍କୁ ୨ ଥର ଚେକ୍ ଦେବା ପରେ ମଧ୍ୟ ଗ୍ରହଣ କଲେନାହିଁ। ହେଲେ ମୋତେ ଥରୁଟିଏ କେହି ଏଭଳି ସୁଯୋଗ ଦେଲେ, ମୁଁ ତୁରନ୍ତ ଗ୍ରହଣ କରେ। ଉପସ୍ଥାପିକା ସେତେବେଳକୁ ବୁଝିଲେ, ବିଲ୍‌ ଗେଟସ୍‌ ତାଙ୍କ ସହ ଚେକ୍‌ ବାବଦରେ ଥଟ୍ଟା କରୁନଥିଲେ। ଏଇ ଭିଡିଓଟି କିନ୍ତୁ ପରବର୍ତ୍ତୀ ସମୟରେ ପ୍ରସାରଣ ହୋଇନଥିଲା, ଚ୍ୟାନେଲ୍ ମୁଖ୍ୟ ଚାହିଁନଥିଲେ ଏଇ ଘଟଣାକୁ ନେଇ କୌଣସି ବିବାଦ ଉପୁଜୁ ବୋଲି। ଅବଶ୍ୟ ଘଟଣାଟି ପ୍ରଚାରିତ ହେବା ସହ ଏହାର କେତୋଟି ଫଟୋ ସୋସିଆଲ୍ ସାଇଟ୍‌ରେ ପ୍ରକାଶିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories