ମୁମ୍ବଇ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନୋଟିସ କରିଛି। ପିଏମସି ବ୍ୟାଙ୍କ ଦୁର୍ନୀତିର ତଦନ୍ତ ସଂପର୍କରେ ଏହି ନୋଟିସ ପଠାଯାଇଛି। ସୂଚନାନୁସାରେ, ୨୯ ଡିସେମ୍ବରରେ ବର୍ଷା ରାଉତଙ୍କୁ ପଚରାଉଚରା ପାଇଁ ଡକାଯାଇଛି।
ସୂଚନାଯୋଗ୍ୟ, ସଞ୍ଜୟ ରାଉତଙ୍କ ସଂପର୍କୀୟ ପ୍ରବୀଣ ରାଉତଙ୍କୁ କିଛି ଦିନ ପୂର୍ବରୁ ଇଡି ଗିରଫ କରିଥିଲା। କୁହାଯାଉଛି ଯେ, ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ କିଛି କାରବାର ବର୍ଷା ରାଉତଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଛି । ବର୍ତ୍ତମାନ ଇଡି ଏ ବାବଦରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛି ।
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ନୋଟିସ୍, ୨୯ରେ ହାଜର ପାଇଁ ଡାକରା
Popular Categories



