www.samajalive.in
Sunday, December 7, 2025
18.1 C
Bhubaneswar

ଡମ୍ପିୟାର୍ଡ଼ ଖାଦାନ ନିକଟରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସାରନଗରୀ : ଆଜି ଅପରାହ୍ନରେ ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ଏହି ଯୁବକ ଜଣଙ୍କ ଗତ ସୋମବାର ଠାରୁ ଘରୁ ନିଖୋଜ ଥିଲେ ବୋଲି ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ଲାଲଟାଙ୍କି ଅଂଚଳରେ ବାସ କରୁଥିବା ବିନୋଦ କୈବର୍ତ(୨୩) । ସ୍ଥାନୀୟ ଲୋକ ଯୁବକ ଜଣଙ୍କ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଦେଖି ତୁରନ୍ତ ଟାଙ୍ଗରପାଲୀ ଥାନାକୁ ଏହି ଘଟଣା ସମ୍ପର୍କରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ସହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଉକ୍ତ ଯୁବକଙ୍କ ଶବ ଖାଦାନ ନିକଟରେ ମିଳିବା ପରେ ସେଠାରେ କିଛି ସମୟ ପାଇଁ  ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲାର ଲାଲଟାଙ୍କି ଅଂଚଳରେ ରହୁଥିବା ବିନୋଦ ତୈଳ ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଟାଂଉଥିଲା ।  ମୃତ ବିନୋଦ ପରିବାରବର୍ଗଙ୍କ କହିବା ଅନୁଯାୟୀ, ବିନୋଦ ଗତ ସୋମବାର ଠାରୁ ଘରୁ ନିଖୋଜ ହୋଇଯାଇଥିବାବେଳେ ତାଙ୍କ ପରିବାର ଲୋକେ ଏନେଇ ଚିନ୍ତିତ ହେବା ସହ  ତାଙ୍କୁ ବିଭିନ୍ନ ଜାଗାରେ ଏଣେତେଣେ ଖୋଜିବା ପରେ ଗତ ମଙ୍ଗଳବାର ଦିନ ବିନୋଦ ନିଖୋଜ ହୋଇଯାଇଥିବା ସମ୍ପର୍କରେ ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଏତଲା ଦେଇଥିଲେ । ଆଜି ହଠାତ ଡମ୍ପିୟାର୍ଡ ନିକଟରେ ବିନୋଦଙ୍କ ମୃତ ଦେହ ମିଳିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହି  ଘଟଣାକୁ ନେଇ କିଛି ସମୟ ପାଇଁ ଟାଙ୍ଗରପାଲୀ ଥାନାରେ ଉତେଜନା ପ୍ରକାଶ ପାଇଥିଲା । ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ଟାଙ୍ଗରପାଲୀ ପୁଲିସ ମୃତ ବିନୋଦଙ୍କ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories