www.samajalive.in
Sunday, December 7, 2025
26.1 C
Bhubaneswar

୧୦୮ ଆମ୍ବୁଲାନ୍ସ ସହ ବାଇକ ଧକ୍କା: ବାଇକ ଆରୋହୀ ମୃତ, ଜଣେ ଗୁରୁତର

ଫୁଲବାଣୀ/ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍‍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତିା ରିପୋର୍ଟ ଲେଖାହେବା ସୁଦ୍ଧା ଗୁରୁତର ଆହତଜଣକ ବ୍ରାହ୍ମଣୀଗାଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ତେବେ ଉକ୍ତ ଆମ୍ବୁଲାନ୍ସରେ ବସିଥିବା ଗର୍ଭବତୀଙ୍କର କୌଣସି ପ୍ରକାର ଅସୁବିଧା ହୋଇ ନ ଥିବା ବେଳେ ତାଙ୍କୁ ତୁରନ୍ତ ଅନ୍ୟଏକ ଆମ୍ବୁଲାନ୍ସ ଦ୍ୱାରା ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ।

ସୂଚନା ପ୍ରକାରେ, ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଂଜିରୀଗୁଡା ପଂଚାୟତର କିରାମାଗ୍ରାମର ପଙ୍କଜ ଉଠାଣସିଂ(୪୫)  ଓ ଅଡବା ଥାନା ଅଂଚଳର ଦମାଦୁଆ ପଂଚାୟତର ଲକ୍ଷ୍ମୀପୁର ଗ୍ରାମର ଜ୍ୱାଇଁ ଅଜିତ ନାୟକଙ୍କ ସହ ଏକ ବାଇକ୍‍ ଯୋଗେ କଟାମାହା ପଞ୍ଚାୟତର ଅନ୍ତର୍ଗତ ବାରିଆଗାଁ ଗ୍ରାମରେ ଥିବା ଝିଅ ଜ୍ୱାଇଁଙ୍କ ଘରକୁ ଯାଇ ଫେରୁଥିଲେ। ଏହି ସମୟରେ ବ୍ରାହ୍ମଣୀଗାଁ ଡ଼ାକ୍ତରଖାନାରୁ ବୁରୁମୁଣ୍ଡି ଗ୍ରାମରେ ଜଣେ ଗର୍ଭବତୀ ମହିଳା ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନିଆଯାଉଥିଲା। ବ୍ରାହ୍ମଣୀଗାଁଠାରୁ ପ୍ରାୟ ୨ କିମି ଦୂର କନ୍ୟାଶ୍ରମ ନିକଟ ରାସ୍ତାରେ ଅଚାନକ ଭାବେ ଆମ୍ବୁଲାନ୍ସର ଏକ ଚକ ବ୍ରଷ୍ଟ ହୋଇଯିବା ଫଳରେ ଚାଳକ ଭାରସାମ୍ୟ ହରାଇ ପଡିଥିଲା। ଏହି ସମୟରେ ବିପରିତ ଦିଗରୁ ଆସୁଇଥିବା ବାଇକ ସହ ୧୦୮ ଆମ୍ବୁଲାନ୍ସର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‍ ଆରୋହୀ ପଙ୍କଜଙ୍କ ମୃତ୍ୟୁ ଘଟିଥିବା ବେଳେ ଅଜିତ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ବ୍ରାହ୍ମଣୀଗାଁ ସ୍ଥିତ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ବର୍ତମାନ ସ୍ଥାନୀୟ ଲୋକେ ରାସ୍ତାର ଗଛ ପକାଇ ରାସ୍ତା ଅବରୋଧ କରି ମୃତ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦାବୀ କରିବା ସହ ପୁଅଝିଅଙ୍କ ପାଠପଢା ଦାୟୀତ୍ୱ ସରକାର ବହନ କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀମାନେ ଦାବୀ କରିଛନ୍ତି। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତ କୁମାର ମୁନୀ, ଏସ୍‍ ଆଇ ସଂଗ୍ରାମ କେଶରୀ ଜେନା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଥିବା ପ୍ରକାଶ। ରିପୋର୍ଟ ଲେଖାହେବା ସୁଦ୍ଧା ଉତ୍ୟକ୍ତ ଅଞ୍ଚଳବାସୀ ବ୍ରାହ୍ମଣୀଗାଁ-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଥିବା ଯୋଗୁଁ ଯାନ ବାହାନ ଚଳାଚାଳ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣଭାବେ ବନ୍ଦଥିବା ପ୍ରକାଶ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories