www.samajalive.in
Tuesday, December 9, 2025
19.1 C
Bhubaneswar

ନୀଳଗିରିରେ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ!

ନୀଳଗିରି: ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି ତହସିଲର ପୁନ୍ଦାଳ ସୋନନଦୀରୁ ଦୈନନ୍ଦିନ ଚୋରାରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଏହି ଚୋରା କାରବାରରେ ରୋକ ଲଗାଇବାକୁ ଯାଇଥିବା ନୀଳଗିରି ତହସିଲଦାରଙ୍କୁ ବାଲିମାଫିଆ ଏବଂ ସେମାନଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ନୀଳଗିରି ତହସିଲ ପକ୍ଷରୁ ପୁନ୍ଦାଳ ସୋନନଦୀକୁ ଲିଜ୍ ସୂତ୍ରରେ ଦିଆଯାଇଛି। ଲିଜଧାରୀଙ୍କୁ ବାଲି ଉତ୍ତୋଳନ କରିବା ପାଇଁ ତହସିଲ ପକ୍ଷରୁ ଏଯାବତ ପରମିଟ ଦିଆଯାଇନଥିବା ସୁଯୋଗରେ ବାଲି ମାଫିଆମାନେ ଦିବାରାତ୍ର ଚୋରାରେ ବାଲି ଉତ୍ତୋଳନ କରି କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ଚାଲିଥିବା ଅଭିଯୋଗ ହୋଇଛି। ଗୁରୁବାର ଖବର ପାଇ ନୀଳଗିରି ତହସିଲଦାର ଅଶେଷ ନାୟକ ଏବଂ ତାଙ୍କ କର୍ମଚାରୀ ସେଠାରେ ପହଞ୍ଚି ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ। ଏହି ସମୟରେ ନୀଳଗିରି ବ୍ଲକ ଉପାଧ୍ୟକ୍ଷ ରମେଶ ମହାନ୍ତି, ତାଙ୍କ ପୁଅ ଅବିନାଶ ମହାନ୍ତି, ଭାଇ ସୁରେଶ ମହାନ୍ତିଙ୍କ ସମେତ ସେହି ଅଞ୍ଚଳର ନାରୀ ନେତ୍ରୀ ଅହଲ୍ୟା ରାଜ, ଟ୍ରାକ୍ଟର ଡ୍ରାଇଭର ଟୁନା ମହାଳିକ ପ୍ରମୁଖ ପହଞ୍ଚି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ଜିପ୍ ଚାବି ଛଡ଼ାଇ ଜବରଦସ୍ତ ଠେଲି ବାହାର କରିବାକୁ ଉଦ୍ୟମ କରିଥିଲେ। ସେହିପରି ଏହି ବାଲିଖାଦାନର ଲିଜଧାରୀ ପଦ୍ମନାଭ ବେହେରାଙ୍କ ସମେତ ପାର୍ଟନର ଘାଟଘରସାହି ଅଞ୍ଚଳର କରୁଣାକର ନାୟକ, କଦମସାହିର ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଠେଙ୍ଗା, ବାଡ଼ି, ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବରପାଇ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା, ସବଇନ୍ସପେକ୍ଟର ବାସୁଦେବ ଜୟସିଂ ପ୍ରମୁଖ ସଦଳବଳେ ସେଠାରେ ପହଞ୍ଚିବା ଦେଖି ମାଫିଆ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ତହସିଲଦାର ଶ୍ରୀ ନାୟକ ଟ୍ରାକ୍ଟର ଇଞ୍ଜିନକୁ ଜବତ କରିଛନ୍ତି। ତେବେ ଜବତ ହୋଇଥିବା ଟ୍ରାକ୍ଟରଟି ବ୍ଲକ ଉପାଧ୍ୟକ୍ଷ ରମେଶ ମହାନ୍ତିଙ୍କର ହୋଇଥିବା ଯୋଗୁ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଘଟଣାକୁ କେନ୍ଦ୍ର କରି ସମ୍ପ୍ରତି ପୁନ୍ଦାଳରେ ଉତ୍ତେଜନା ପ୍ରକାଶ ପାଇଛି। ନୀଳଗିରି ଥାନାରେ ଏନେଇ ସନ୍ଧ୍ୟାରେ ପୃଥକ ଏତଲା ଦାଏର କରାଯାଇଛି। ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories