www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ଆସିବାରେ ବିଳମ୍ବ, ଘରେ ସନ୍ତାନ ପ୍ରସବ କଲେ ମହିଳା

କଲମପୁର : କେତେବେଳେ ଭରା ନଦୀରେ ଅସୁରକ୍ଷିତ ଭାବେ ପାରି ହୋଇ ଜନନୀ ଚିକିତ୍ସା କେନ୍ଦ୍ରକୁ ଯାଉଛି ତ, ଅନ୍ୟ କେତେବେଳେ ରାସ୍ତା ଅଭାବରୁ ଖଟିଆରେ ବୁହା ହେଇ ଜନନୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛି। ଏପରିକି କେହି କେହି ଜନନୀ ସଠିକ ସେବା ପାଇବାରୁ ବଂଚିତ ହେଇ ଘରେ ଅସୁରକ୍ଷିତ ଭାବେ କର୍ମେଲ ଡଙ୍ଗରୀଗୁଡାର ସସ୍ମିତା ମାଝୀ ଭଳି ସନ୍ତାନ ଜନ୍ମ କରିବାକୁ ବାଧ୍ୟ ହେଉଛି। ସସ୍ମିତାଙ୍କ ଗର୍ଭ ଯନ୍ତ୍ରଣା ବଢିବାରୁ ପରିବାର ସଦସ୍ୟଙ୍କ ସମେତ ଗ୍ରାମର ଆଶା କର୍ମୀ ୧୦୨ ଆମ୍ବୁଲାନ୍ସର ସହାୟତା ପାଇଁ ଫୋନ କଲେ। କିନ୍ତୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୨ ଆମ୍ବୁଲେନ୍ସ ଉପଲବ୍ଧ ନଥିବାରୁ ଜୁନାଗଡ ଆମ୍ବୁଲେନ୍ସ ଉପରେ ଭରସା କରାଯାଇଥିଲା। ସେହି ଆମ୍ବୁଲେନ୍ସ ପହଂଚିବାରେ ଅହେତୁକ ବିଳମ୍ବ କାରଣରୁ ଜଣେ ଆସନ୍ନ ସନ୍ତାନ ପ୍ରସବା ମହିଳା ନିଜ ଘରେ ଅସୁରକ୍ଷିତ ଅବସ୍ଥାରେ ଶିଶୁ କନ୍ୟା ଜନ୍ମ ଦେବା ଭଳି ଘଟଣା ଏବେ କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରୁଛି।

ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ମାଳ ମାଳ ଯୋଜନା ସହିତ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ପରିଚାଳନାଗତ ତୃଟି ଯୋଗୁଁ ଅନେକ ସମୟରେ ଲୋକେ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି। ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ  କଲମପୁର ବ୍ଲକ ଅଧିନସ୍ଥ କର୍ମେଲ ଡଙ୍ଗରୀଗୁଡା ଗ୍ରାମର ଗୋବର୍ଦ୍ଧନ ମାଝୀଙ୍କ ପତ୍ନୀ ସସ୍ମିତାଙ୍କ ଗର୍ଭ ଯନ୍ତ୍ରଣା ହେଇଥିଲା। ପରିବାର ଲୋକ ତୁରନ୍ତ ଗ୍ରାମରେ ଥିବା ଆଶା କର୍ମୀ ସୁଭଦ୍ରା ନାଗଙ୍କୁ ସୁଚନା ଦେଇଥିଲେ। ଆଶାକର୍ମୀ ସୁଭଦ୍ରା ସସ୍ମିତାଙ୍କ ଘରେ ପହଂଚିବା ସହ ତୁରନ୍ତ ୧୦୨ ଆମ୍ବୁଲାନ୍ସର ସହାୟତା ମାଗିଥିଲେ। କିନ୍ତୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କୌଣସି ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ କେତେବେଳେ ଜୟପାଟଣା ତ କେତେବେଳେ ଜୁନାଗଡ କିମ୍ବା ଥୁଆମୁଳ ରାମପୁର ୧୦୨ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡୁଛି। ଯାହାକି ପୀଡିତଙ୍କ ପାଖରେ ପହଂଚିବାରେ ବିଳମ୍ବ ହେଉଛି। ତେଣୁ ବାଧ୍ୟ ହେଇ ଘରେ ଅସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରିବାକୁ ବାଧ୍ୟ ହେଲେ। ସନ୍ତାନ ପ୍ରସବର ଦୀର୍ଘ ସମୟ ପରେ ଜୁନାଗଡର ଏକ ଆମ୍ବୁଲାନ୍ସ ପ୍ରସୂତୀଙ୍କ ଘରେ ପହଂଚି ଥିଲା। ଉଭୟ ସନ୍ତାନ ଓ ମା’ର ସୁରକ୍ଷା ପାଇଁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି। ବାରମ୍ବାର ଏଭଳି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ନଦେବା ପରିତାପର ବିଷୟ। ଅନ୍ୟପଟେ ସ୍ଥାନୀୟ ଅଧିକାରୀଙ୍କୁ ଆମ୍ବୁଲେନ୍ସ ପରିଚାଳନା ଦାୟିତ୍ୱ ଦିଆଯାଇନଥିବାରୁ କେହି ଉତ୍ତରଦାୟୀ ରହୁ ନାହାଁନ୍ତି। ଯେଉଁଥିପାଇଁ ସାଧାରଣ ଲୋକ ସଠିକ୍ ସେବା ପାଇବାରୁ ବଂଚିତ ହେଉଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରାଙ୍କ ସହିତ ଯୋଗାଯୋଗ କରାଯିବା ପରେ ତୁରନ୍ତ ଅନସନ୍ଧାନ କରି ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories