www.samajalive.in
Sunday, December 7, 2025
26.1 C
Bhubaneswar

ସମାଜସେବୀ ଦେବାଶିଷ ତ୍ରିପାଠୀଙ୍କୁ କଳିଙ୍ଗ ସ୍ୱାବଲମ୍ବୀ ସମ୍ମାନ

ଭୁବନେଶ୍ୱର: ଆଜି ଉତ୍କଳ ସାମ୍ବାଦିକ ଭବନରେ ଅର୍ଗାନାଇଜେସନ୍ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ୍ସ୍(ଓୟୁଡବ୍ଲ୍ୟୁଜେ)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ରାଜ୍ୟ ସ୍ତରୀୟ ସାମ୍ବାଦିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି, ତେବେ ସାମାଜିକ ଗଣମାଧ୍ୟମକୁ ଲଗାମଛଡା ନ କରି ସରକାର ନିଜ ନିୟନ୍ତ୍ରଣରେ ରଖିବା ଉଚିତ୍। ସାଂସଦ ମୁନ୍ନା ଖାନ୍ ସାମ୍ବାଦିକଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସମ୍ପର୍କରେ ମତ ରଖିଥିଲେ। ଏନ୍ଆଇସିର ପ୍ରାକ୍ତନ ବୈଷୟିକ ନିର୍ଦ୍ଦେଶକ ଡ. ରବୀନ୍ଦ୍ର ନାରାୟଣ ବେହେରା ‘ନୂତନ ପିଢି ପାଇଁ ସାମାଜିକ ଗଣମାଧ୍ୟମ ଏକ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓ ଉପଦେଷ୍ଟା ଡ.ପବିତ୍ର ମୋହନ ସାମନ୍ତରାୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସହଯୋଗ ଲୋଡିଥିଲେ।

 

- Advertisement -

ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ସାମ୍ବାଦିକଙ୍କ ସୁରକ୍ଷା ସଂକ୍ରାନ୍ତରେ ପାରିତ ହେବାକୁ ଥିବା ବିଲ୍ ସମ୍ପର୍କରେ ସୂଚନା ଦେବା ସହ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ସଭାପତି ସରୋଜ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ସାଧାରଣ ସମ୍ପାଦକ ରଜନୀକୀନ୍ତ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସଞ୍ଜୟ ଦାସ, ନିମାଇଁ ଚରଣ ଦାସ ଓ ବିଭିନ୍ନ ଜିଲା ସଭାପତିମାନେ ସଂଘକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସମ୍ମିଳିତ କର୍ମଜିବୀ ସାମ୍ବାଦିକ ମହାସଂଘ (ଓୟୁଡବ୍ଲ୍ୟୁଜେ) ତରଫରୁ ପୁରୀ ଜିଲ୍ଲାର ବରିଷ୍ଠ ସମାଜସେବୀ ଦେବାଶିଷ ତ୍ରିପାଠୀଙ୍କୁ ମାନପତ୍ର, ଉତ୍ତରୀୟ, ଟ୍ରଫି ଓ ପୁଷ୍ପଗୁଚ୍ଛ ଆଦି ଦେଇ ‘କଳିଙ୍ଗ ସ୍ୱାବଲମ୍ବୀ ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ନୃପକିଶୋର ପଟ୍ଟନାୟକ,ନିତ୍ୟରଞ୍ଜନ ପଣ୍ଡା, ଅମୂଲ୍ୟ କୁମାର ମହାନ୍ତି, ଡ.ରଜନୀକାନ୍ତ ମିଶ୍ର, ଅଧିର ନନ୍ଦ, ଜିତେନ୍ଦ୍ର କୁମାର ପଣ୍ଡା, କାମିନୀ କୁମାର ସ୍ୱାଇଁ,ପର୍ଶୁରାମ ମନ୍ତ୍ରୀ, ବଦ୍ରି ନାରାୟଣ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ସରୋଜିନୀ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories