www.samajalive.in
Monday, December 8, 2025
16.1 C
Bhubaneswar

ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା ପାଇକ ମହାସଂଘ

ଭୁବନେଶ୍ବର: ରାଜଧାନୀର ରାସ୍ତାକଡ଼ରେ ଶୀତକାକରରେ ପଡ଼ି ରହିଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ପାଇକ ମହାସଂଘ। ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଶୀତ ରାତିରେ ଘୋଡ଼ାଇ ହୋଇ ନିଜକୁ ଉଷୁମ ଅନୁଭବ କରୁଥିବା ଏହି ଅସହାୟମାନେ ପାଇକ ମହାସଂଘର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।

 

- Advertisement -

ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଶୀତକୁ ଖାତିର ନକରି ଅସହ୍ୟ ଶୀତରେ ଜୀବନ ଅତିବାହିତ କରୁଥିବା ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଛି। ଏହି ଅବସରରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ରାତିରେ ରାଜଧାନୀର ରାସ୍ତା ଉପରେ ଗରୀବ, ଅସହାୟ, ନିରାଶ୍ରୟଙ୍କୁ ମହାସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ବାଣୀବିହାର ଶନିମନ୍ଦିର, ରାମମନ୍ଦିର, ରାଜମହଲ, ରସୁଲଗଡ଼, ଖାରବେଳନଗର, ଜୟଦେବ ବିହାର ଆଦି ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଇକ ମହସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା। ଦୁଃଖ ଏବଂ ପରିତାପର ବିଷୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଉଥିବା ସମୟରେ ଏବେବି ମଧ୍ୟ ଭିକାରୀ ବୃତ୍ତିର ଅନ୍ତ ଘଟିଲା ନାହିଁ। ଭିକ୍ଷା ବୃତ୍ତିକୁ ଆପଣେଇ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ଏହି ବୃତ୍ତିକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ପାଇକ ମହାସଂଘ ଦାବି କରିଛି। ରାଜଧାନୀର ଅନ୍ଧାର ରାତିରେ ଆଜି ବି ମଧ୍ୟ ନାରୀଟିଏ ସୁରକ୍ଷିତ ନୁହେଁ ତେଣୁ ଭିକ୍ଷା ବୃତ୍ତିକୁ ବନ୍ଦକରିବା ସହିତ ଏହିଭଳି ଅସହାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମହାନଗର ନିଗମ ପହକ୍ଷେପ ନେବାକୁ ମହାସଂଘ ଦାବୀ କରିଛି। ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଜେନା, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ବର୍ଷିୟାନ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ସମାଜସେବୀ ସମରଞ୍ଜନ ମହାନ୍ତି, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories