www.samajalive.in
Tuesday, December 9, 2025
23.1 C
Bhubaneswar

ହାଡ଼ଭଙ୍ଗା ଶୀତ : ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ବର : ମାର୍ଗଶୀର-ପୌଷରେ ହାଡ଼ଭଙ୍ଗା ଶୀତ। ଥରୁଛି ସାରା ଓଡ଼ିଶା। ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। କ୍ରମାଗତ ଭାବେ ୪ ଦିନ ଧରି ରାଜ୍ୟର ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଫଳରେ ବିଭିନ୍ନ ଅଞ୍ଚଳରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି।

ବିଶେଷ କରି ଫୁଲବାଣୀରେ କ୍ରମାଗତ ଭାବେ ତିନିଦିନ ହେଲା ରାତିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍‌ ରହୁଛି। ଜିଲାରେ ଶୀତ ପ୍ରକୋପ ବୃଦ୍ଧି ପାଇବା‌ରୁ ଜନଜୀବନ ପ୍ରଭାବିତ ହୋଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରୀ କମିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡିରେ ପାରଦ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ଅନୁଗୋଳ ୫.୬, କୋରାପୁଟ ଏବଂ ସୁନ୍ଦରଗଡ ୭, ଝାରସୁଗୁଡା ୭.୮, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯, ବାରିପଦା ୯, ବଲାଙ୍ଗୀର ୯.୨ ଏବଂ ସୋନପୁରରେ ୯.୪ ଡିଗ୍ରୀକୁ ଖସିଛି।

- Advertisement -

ମାଲକାନଗିରିରେ ୧୦, ତାଳଚେର ୧୦.୨, ହୀରାକୁଦ ୧୦.୪, ରାୟଗଡା ୧୦.୫, ଟିଟିଲାଗଡ ୧୦.୫, ସମ୍ବଲପୁର ୧୦.୬, କଟକ ୧୧, ନୟାଗଡ ୧୧.୪, ବାଲେଶ୍ବର ୧୨.୨, ଚାନ୍ଦବାଲି ୧୨.୩, ଭୁବନେଶ୍ବର ୧୨.୪, ଗୋପାଳପୁର ୧୩.୮ ଏବଂ ପାରାଦ୍ବୀପରେ ୧୪.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଉପକୂଳ ଜିଲା ଗୁଡିକରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ କମିବାର ସମ୍ଭାବନା ରହିଛି। ଶୀତ ପ୍ରକୋପକୁ ଲକ୍ଷ୍ୟ କରି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡା ଏବଂ ନବରଙ୍ଗପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼, ନୂଆପଡ଼ା ଏବଂ କନ୍ଧମାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ରେ ମଧ୍ୟ ଅନୁଗୋଳ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା, କନ୍ଧମାଳ ଏବଂ ନୂଆପଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ବର ଏବଂ କଟକରେ ରାତି ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଆଜି ଉଭୟ ସହରରେ ପାଗ ଶୁଖିଲା ରହିବା ସହିତ ସକାଳ ସାଢେ ୮ଟା ମଧ୍ୟରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories