www.samajalive.in
Tuesday, December 9, 2025
15.1 C
Bhubaneswar

ଦହି ଖାଇ ୫୦ ଜଣଙ୍କୁ ଝାଡ଼ାବାନ୍ତି

କୁଚିଣ୍ଡା : କୁଚିଣ୍ଡା ବ୍ଲକ କୁସୁମୀ ସାଲେଭାଡ଼ି ପଞ୍ଚାୟତ ଲୁନ୍ଦୁରୁଡିହି ଓ ଆଖପାଖ ଗାଁର ୫୦ରୁ ଅଧିକ ଲୋକ ଜଣେ ବୁଲା ବିକାଳୀର ଦହି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନା ଓ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗୋପାଳନ କରି ଦହି ବିକୁଥିବା କୁଚିଣ୍ଡା ବ୍ଲକ ସୀମାନ୍ତ ଜଣ୍ଡା ଗ୍ରାମର ଜଣେ ବ୍ୟକ୍ତି ମଙ୍ଗଳବାର ସ୍ଥାନୀୟ ଲୁନ୍ଦୁରୁଡିହି, ସାଲେଖମନ, ବେଣିଆପୋଷି, ଗୋସାଇଁପଡ଼ା ଓ ଜଣ୍ଡା ଆଦି ଗାଁରେ ଦହି ବିକିଥିଲେ। ତାଙ୍କ ଦହି ଖାଇଥିବା ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଝାଡ଼ାବାନ୍ତି ହେଉଛି। ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ମୁଣ୍ଡ ବୁଲାଇବାରୁ ସେମାନେ ଚାଲିବାକୁ ସୁଦ୍ଧା ଅକ୍ଷମ ହୋଇ ପଡ଼ିଥିବା କୁହାଯାଉଛି। ଅସୁସ୍ଥମାନଙ୍କ ମଧ୍ୟରେ ୬ରୁ ଅଧିକ ଶିଶୁ ଅଛନ୍ତି।

ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ ୧୦୮ ଆମ୍ବୁଲାନ୍ସ ପଠାଇ ୩୦ ଜଣ ଅସୁସ୍ଥ ବ୍ୟକ୍ତିଙ୍କୁ କୁଚିଣ୍ଡା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ୧୧ ଜଣଙ୍କୁ ଭର୍ତ୍ତି କରାଯାଇଛି। କୁଚିଣ୍ଡା ଓ କୁନ୍ତରା ଡାକ୍ତରଖାନାରେ ଜାଗା ନ ହେବାରୁ ‌ଡାକ୍ତରୀ ଟିମ ପ୍ରଭାବିତ ଗାଁକୁ ଯାଇ ଅନ୍ୟ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା କରିଛନ୍ତି। ବାସି ଦହି ବିଷାକ୍ତ ହୋଇ ଯାଇଥିବାରୁ ଏହାକୁ ଖାଇବା ପରେ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ଏ ସମସ୍ତଙ୍କ କରୋନା ପରୀକ୍ଷା କରାଇଥିଲା। ହସପପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜୟକାନ୍ତି କିସାନ, ଧରିତ୍ରୀ କିସାନ, ଗାୟତ୍ରୀ କିସାନ, ବିମଳ କିସାନ, କଲ୍ୟାଣୀ କିସାନ, ଗିନି କିସାନ, ସର୍ଣ୍ଣା କିସାନ, ଋକ୍ମଣ ‌ମୁଣ୍ଡା, ଗଙ୍ଗା ମୁଣ୍ଡା, ମଣି ମୁଣ୍ଡା, ପ୍ରତୀମ ମୁଣ୍ଡା(୧୭), ଲମ୍ବୋଦର ମୁଣ୍ଡା (୧୦), ରାଧି ମୁଣ୍ଡା, ଚନ୍ଦ୍ର ମୁଣ୍ଡା, ଶାନ୍ତି ମୁଣ୍ଡା, ଲଳିତା ମୁଣ୍ଡା,ଲିଜା ମୁଣ୍ଡା,ସନ୍ତୋଷ କିସାନ.କୃଷ୍ଣ କିସାନ (୧୧), ସୌରଭ କିସାନ(୧୦), ବଂଶୀଧର ସ୍ୱାଇଁ, ତରଣୀ ସ୍ୱାଇଁ(୮), ବିଜୟ ପ୍ରଧାନ (୧) ପ୍ରମୁଖ ଅଛନ୍ତି। ଦେବଗଡ଼ ଅଞ୍ଚଳରୁ ସଂପର୍କୀୟ ଘରକୁ ବୁଲିବାକୁ ଆସିଥିବା ଦୀପା ନାମକ ଜଣେ ୪ ବର୍ଷର ବାଳିକା ମଧ୍ୟ ଦହି ଖାଇ ଅସୁସ୍ଥ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ଅସୁସ୍ଥ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ହସପିଟାଲ ସୂତ୍ରରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories