www.samajalive.in
Tuesday, December 9, 2025
23.1 C
Bhubaneswar

ଭିଜିଲାନ୍ସ ଦ୍ୱାରା ଜିଏସ୍‍ଟି ଅଧିକାରୀ ଗିରଫ, ପତ୍ନୀଙ୍କ ନାଁରେ ବି ମାମଲା

ରାଉରକେଲା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଜିଏସ୍‍ଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରିଛି। ତାଙ୍କ ପତ୍ନୀଙ୍କ ନାଁରେ ବି ଭିଜିଲାନ୍ସ ମାମଲା ରୁୁଜୁ କରିଛି। ଶ୍ରୀ ମହାନନ୍ଦଙ୍କୁ ରାତିରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ରାଉରକେଲା ସିଟି ଏଣ୍ଡ ଜିଏସ୍‍ଟି ଅଧିକାରୀ ଅଲେଖ ମହାନନ୍ଦ ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ଫୁଲ ଗର୍ଡ଼ିଆ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ରାଉରକେଲା ଭିଜିଲାନ୍ସ ଏସ୍‍ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଗତକାଲି ଭିଜିଲାନ୍ସର ୪ଟି ଟିମ୍‍ ଛେଣ୍ଡ କଲୋନୀସ୍ଥିତ ପ୍ଲଟ ଏଲ୍‍-୧୧୯ ସମେତ ପୈତୃକ ଗ୍ରାମ, ଶଶୁର ଘର ଓ ଉଦିତନଗରସ୍ଥିତ କାର୍ଯ୍ୟାଳୟରେ ଖାନତଲାସୀ କରିଥିଲା। ଗତକାଲି ରାତିରେ ଖାନତଲାସୀ ଶେଷ ହୋଇଥିଲା।ତିନି ମହଲା ଘର ଦାମ ପ୍ରାୟ ୬୮ ଲକ୍ଷ ୭୧ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ପୈତୃକ ଗାଁରେ ୧୯ ଲକ୍ଷ ୫୭ ହଜାର ଟଙ୍କାର ଏକ କୋଠା ଘର ରହିଛି। ଶଶୁର ଘର ଗାଁରେ ୬ ଲକ୍ଷ ୭୭ ହଜାର ଟଙ୍କାର ଏକ ପ୍ଲଟ, ସୁନ୍ଦରଗଡ଼ରେ ୧ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ଲଟ ଥିବା ସନ୍ଧାନ ମିଳିଛି। ସେହିପରି ତାଙ୍କ ଘର ଖାନତଲାସୀ ବେଳେ ନଗଦ ୧ ଲକ୍ଷ ୨୨ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ପଡ଼ିଛି। ବ୍ୟାଙ୍କରେ ୮ ଲକ୍ଷ ୫୬ ହଜାର ଟଙ୍କା, ବିଭିନ୍ନ ଇନ୍‍ସୁରାନ୍ସ କମ୍ପାନୀରେ ୬ ଲକ୍ଷ ୩୫ ହଜାର ଟଙ୍କା ଜମା ରହିଛି। ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ସୂଚନା ମିଳିଥିବା ବେଳେ ଗୋଟିଲ କାର୍‍, ଗୋଟିଏ ବାଇକ୍‍ ଓ ଗୋଟିଏ ସ୍କୁଟି ଥିବା ସନ୍ଧାନ ମିଳିଥିଲା। ଏସବୁକୁ ମିଶାଇ ଶ୍ରୀ ମହାନନ୍ଦଙ୍କ ଘରୁ  ୧ କୋଟି ୩୪ ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା।

- Advertisement -

ଗତକାଲିଠାରୁ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମହାନନ୍ଦଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲେ। ଦୁଇ ଦିନ କାଳ ତଦନ୍ତ ଓ ହିସାବ କିତାବ ପରେ ମହାନନ୍ଦ ଦମ୍ପତ୍ତି ୮୭ ଲକ୍ଷ ୯୭ ହଜାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନଜରକୁ ଆସିଥିଲା। ତେଣୁ ଭିଜିଲାନ୍ସ ଆଜି ସନ୍ଧ୍ୟାରେ ଶ୍ରୀ ମହାନନ୍ଦଙ୍କୁ ଗିରଫ କରିଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରିଛି। ତାଙ୍କ ପତ୍ନୀ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories