www.samajalive.in
Tuesday, December 9, 2025
23.1 C
Bhubaneswar

୯ କୋଟି ଚାଷୀଙ୍କୁ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ମିଳିବ ପିଏମ କିସାନ କିସ୍ତି ଟଙ୍କା

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ଭାବରେ ପାଳନ କରାଯାଏ।

ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଦୁଇ କୋଟି ଚାଷୀ ପଞ୍ଜୀକୃତ ହୋଇସାରିଛନ୍ତି। ସେ କହିଛନ୍ତି, ଡିସେମ୍ବର ୨୫ରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି ଏବଂ ଏହାକୁ ଆମେ ସୁଷାନ ଦିବସ ଭାବରେ ପାଳନ କରୁଛୁ। ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ଉତ୍ତମ ଶାସନ, ସ୍ୱଚ୍ଛତା ଏବଂ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସେ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ କହିଥିଲେ, ଆମେ କେନ୍ଦ୍ରରୁ ୧୦୦ ଟଙ୍କା ପଠାଉଛୁ, କେବଳ ୧୫ ଟଙ୍କା ଗ୍ରାମରେ ପହଞ୍ଚିଛି। ତୋମାର କହିଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ନିକଟକୁ ୧୦୦ ଟଙ୍କା ପଠାଇବାରେ ସଫଳ ହୋଇଛନ୍ତି।

- Advertisement -

ସେ କହିଛନ୍ତି, ଡିସେମ୍ବର ୨୫ ରାତି ୧୨ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ହିତାଧିକାରୀ ଥିବା ୬ଟି ରାଜ୍ୟର ୬ ଜଣ କୃଷକ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେ କହିଛନ୍ତି ଯେ ପିଏମ କିସାନ ସମ୍ମାନ ନିଧି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା ଏବଂ ଏହା ମାଧ୍ୟମରେ ୨ ହଜାର ଟଙ୍କା କିସ୍ତି ବର୍ଷରେ ତିନିଥର କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ ଏବଂ ଜଣେ କୃଷକ ତାଙ୍କ ଆକାଉଣ୍ଟରେ ବର୍ଷକୁ ୬ ହଜାର ଟଙ୍କା ପାଇଥାନ୍ତି।

କୃଷିମନ୍ତ୍ରୀ କହିଛନ୍ତି ଯେ ଆକଳନ ଅନୁଯାୟୀ ଦେଶରେ ୧୪ କୋଟି କୃଷକ ଅଛନ୍ତି ଯେଉଁମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି କିନ୍ତୁ ଏପର୍ଯ୍ୟନ୍ତ ୧୧ କୋଟି ୪ ଲକ୍ଷ କୃଷକ ଏହି ଯୋଜନା ପାଇଁ ପଞ୍ଜୀକୃତ ହୋଇଛନ୍ତି ଏବଂ ୧୦ କୋଟି ୫୯ ଲକ୍ଷ କୃଷକଙ୍କୁ ୯୬ ହଜାର କୋଟି ଟଙ୍କା ପଠାଯାଇଛି। ଏହି ଯୋଜନା ଅଧୀନରେ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଅ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ପଠାଇବେ। ଦୁଇ ଘଣ୍ଟା ମଧ୍ୟରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟରେ ଜମା ହେବ ବୋଲି ସେ କହିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories