www.samajalive.in
Sunday, December 7, 2025
13.1 C
Bhubaneswar

ବଦଳିଲେ ୨୦ ଆଇପିଏସ୍ ଅଧିକାରୀ: ନରସିଂହ ଭୋଳ ସମ୍ବଲପୁର ଆଇଜି ନିଯୁକ୍ତ

ଭୁବନେଶ୍ବର:  ଆଇପିଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯ ଜଣ ଆଇପିଏସ୍ ଓ ଜଣେ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ବରିଷ୍ଠ ପୁଲିସ ଅଧିକାରୀ ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ନିଯୁକ୍ତି ଦିଆଯାଇଛି  । ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମ ରାଓ କୋରାପୁଟ ଡ଼ିଆଇଜି ଭାବରେ ବଦଳି ହୋଇଥିବାବେଳେ ସାଫ୍ରିନ ଅହମ୍ମଦ ଖାଁଙ୍କୁ ବୈଷୟିକ ଡ଼ିଆଇଜି ନିଯୁକ୍ତି ଦିଆଯାଇଛି ।ତାଳଚେର ଏସଡ଼ିପିଓ ସିଦ୍ଧାର୍ଥ କଟାରିଆ  ନୟାଗଡ଼ ଏସପି ରୂପେ ବଦଳି ହୋଇଛନ୍ତି ଓ  ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ମୁଖ୍ୟାଳୟ ଏଆଇଜି ଭାବରେ ବଦଳି ।

ସେହିପରି ରାୟଗଡ଼ା ଏସପି ଏମ.ବିବେକଙ୍କୁ କଳାହାଣ୍ଡି ଏସପି ଦାୟିତ୍ବ ମିଳିଥିବାବେଳେ  ନବରଙ୍ଗପୁର ଏସପି କେ.ଏନ୍.ଡ଼ୁଗୁଡ଼ୁଙ୍କୁ ବଲାଙ୍ଗୀର ଏସପି, ବିବେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି, ଜୟପୁର ଏସଡ଼ିପିଓ ଭି.ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ରାଉରକେଲା ଏସପି ଶିବା ସୁବ୍ରମଣିଙ୍କୁ ଢ଼େଙ୍କାନାଳ ବଦଳି କରାଯାଇଛି । ଝାରସୁଗୁଡ଼ା ଏସପି ରାହୁଲ ପିଆର୍ ହେବେ ଯାଜପୁର ଏସପି ନିଯୁକ୍ତ ହୋଇଛନ୍ତି ।  ବଲାଙ୍ଗୀର ଏସପି ଏମ ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି ରୂପେ, କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି ଭାବରେ ନିଯୁକ୍ତି ଦିଆଯାଇଛି । ୨୦୦୯ ବ୍ୟାଚ ଆଇପିଏସ୍ ଅଖିଳେଶ୍ବର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବରେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଥିବା ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି ଓ ଭଦ୍ରକ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ାର ଭାରପ୍ରାପ୍ତ ଏସପି ଭାବରେ ନିଯୁକ୍ତି ମିଳିଛି । ଅନୁରୂପ ଭାବରେ  ମାଲକାନଗିରି ଏସଡ଼ିପିଓ ପ୍ରହ୍ଲାଦ ସହାୟ ମୀନା ନବରଙ୍ଗପୁର ଏସପି ଭାବରେ ବଦଳି ହୋଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories