www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିକୁ ଉପେକ୍ଷା; ଏମ୍‍ବିବିଏସ୍‍ ପରୀକ୍ଷା ପାଇଁ ପ୍ରକାଶ ପାଇଲାନି ସୂଚୀ

କଟକ : ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଗୋଟିଏ ତାରିଖରେ ଏମ୍‌ବିବିଏସ୍‌ ବିଦ୍ୟାର୍ଥୀଙ୍କ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଇଥିଲା। ନିର୍ଦେଶ ଅନୁଯାୟୀ ଏମ୍‌ବିବିଏସ୍‌ ପ୍ରଥମ ବର୍ଷ ପରୀକ୍ଷା ଜାନୁଆରୀ ୧୧ରୁ ଆରମ୍ଭ ହେବ। ଏଥିନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ନିର୍ଦେଶ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ୧୦ଦିନ ବିତି ଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏମବିବିଏସ ପରୀକ୍ଷା ସୂଚୀ ପ୍ରକାଶ କରିନାହାନ୍ତି। କେବଳ ଏମବିବିଏସ ପରୀକ୍ଷା ସୂଚୀ ନୁହେଁ, ଜାତୀୟ ମେଡିକାଲ କମିସନ(ଏନଏମସି) ନିର୍ଦେଶ ଅନୁଯାୟୀ ଏମବିବିଏସ ପରୀକ୍ଷା ଶେଷ ହେବାର ୧୦ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବ। ଏମବିବିଏସ ଦ୍ୱିତୀୟ ଏବଂ ତୃତୀୟ ପ୍ରଫେସନାଲ ପରୀକ୍ଷା ଶେଷ ହେବାର ଏକ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରୀକ୍ଷାଫଳ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ପରେ ଗୋଟିଏ ନିର୍ଦେଶକୁ ଉପେକ୍ଷା କରି ଚାଲିଥିବାରୁ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଗୋଟିଏ ଦିନରେ ହିଁ ଏମବିବିଏସ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ରାଜ୍ୟରେ କିନ୍ତୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ମନଇଚ୍ଛା ପରୀକ୍ଷା ହେଉଥିବାରୁ ବିଭିନ୍ନ ବିଭ୍ରାଟ ପରିଲକ୍ଷିତ ହୋଇଥିଲା। ଏ ସମ୍ପର୍କରେ କେତେକ ସଚେତନ ଅଭିଭାବକ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିବ ଶ୍ରୀ ମହାପାତ୍ର ଏହାକୁ ଗୁରୁତର ସହ ଗ୍ରହଣ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇଥିଲେ। ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶକ୍ରମେ ବିଭାଗ ପକ୍ଷରୁ ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏକକ ପରୀକ୍ଷା ସୂଚୀ ପ୍ରକାଶ କରିବାକୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଥିଲା। ଏହି ନିର୍ଦେଶ ଅନୁଯାୟୀ ଏମବିବିଏସ ପ୍ରଥମବର୍ଷ ପରୀକ୍ଷା ଜାନୁଆରୀ ୧୧ରୁ ଅନୁଷ୍ଠିତ ହେବ। ଜାନୁଆରୀ ୧୧ରୁ ପରୀକ୍ଷା ହେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇନାହିଁ। ପରୀକ୍ଷା ସୂଚନା ପ୍ରକାଶ ପାଇନଥିବାରୁ ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ କାଳାତିପାତ କରୁଛନ୍ତି।
ଜାତୀୟ ମେଡିକାଲ କମିସନ(ଏନ୍‍ଏମ୍‍ସି)ଙ୍କ ନିର୍ଦେଶକ୍ରମେ ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏନଏମସି ଫେବୃଆରୀ ଶେଷ ସୁଦ୍ଧା ପ୍ରଥମ ବର୍ଷ ପରୀକ୍ଷା ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ନ ଦେଇ ୭ଦିନ ପୂର୍ବରୁ ତରବରିଆଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ମେଡିକାଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନଏମସି ନିର୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏକ ନିର୍ଦିଷ୍ଟ ସମୟ ମଧ୍ୟରେ ପରୀକ୍ଷା ପରିଚାଳନା କରିବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ। ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶକ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡିସମ୍ବେର ୧୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
କେବଳ ସେତିକି ନୁହେଁ, ୨୦୧୯ ନଭେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡାକ୍ତରୀ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories