www.samajalive.in
Sunday, December 7, 2025
26.1 C
Bhubaneswar

ଶିକାର ପାଇଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଆଗଲପୁର : ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଲିଆପାଟ ନିକଟସ୍ଥ ହରଭଙ୍ଗା ଗ୍ରାମର ରବିନ୍ଦ୍ର ସିଂ(୨୫) ଗୁରୁତର ହୋଇଛନ୍ତି। ସେ ମଜୁରି କାମ ପାଇଁ ବିଶାଲପାଲି ଗ୍ରାମକୁ ଯାଉଥିଲେ। ଅସୁରମୁଣ୍ଡାବଙ୍ଗାବାହାଲ  ଜଙ୍ଗଲ ରାସ୍ତାରେ ଥିବା ଏକ ପୋଖରୀ ନିକଟକୁ ଶୌଚ ହେବାକୁ ଯାଉଥିଲେ। ପୋଖରୀକୁ ଜଙ୍ଗଲରୁ ବରାହ ପାଣି ପିଇବାକୁ ଆସୁଥିବାରୁ ଚାରିପଟେ ତାର ପକା ଯାଇ ବିଦ୍ୟୁତ ଚାର୍ଜ କରାଯାଇଥିଲା। ଏହି ତାର ସଂସ୍ପର୍ଶରେ ରବିନ୍ଦ୍ର ଲାଗିଯିବାରୁ ଚିତ୍କାର କରିବା ସହ ତଳେ ପଡି ଯାଇଥିଲେ।  ସାଙ୍ଗରେ ଥିବା ଅନ୍ୟ ଜଣେ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରଥମେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ପୁଣି ବୁର୍ଲା ସ୍ଥାନାନ୍ତରିତ କରିଥିବାର ପରିବାର ଲୋକେ କହିଛନ୍ତି। ବନ ବିଭାଗ କର୍ମଚାରୀ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories