www.samajalive.in
Tuesday, December 9, 2025
23.1 C
Bhubaneswar

ବାସ୍ତୁ ଉପାୟ : ଗୋଲପ, ଚମ୍ପା, ମଲ୍ଲୀର ବାସ୍ନା ଦୂର କରେ ମାନସିକ ଦୁଶ୍ଚିନ୍ତା, ମିଳିଥାଏ ଶୁଭଫଳ

ଗୋଲପ, ଚମ୍ପା, ମଲ୍ଲୀ ଆଦିର ବାସ୍ନା ମାନସିକ ଦୁଶ୍ଚିନ୍ତା ଦୂର କରେ। ଏହି ଫୁଲଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଗୃହରେ ମନିପ୍ଲାଣ୍ଟ ଲଗାନ୍ତୁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବରେ ସର୍ବଦା ମଧୁରତା ରହିଥାଏ।
ତୁଳସୀ ବୃକ୍ଷ ମଧ୍ୟ ଲଗାନ୍ତୁ।
ବହୁ ଲୋକେ ଘରେ ଅବ୍ୟବହୃତ ଓ ଚିରାଫଟା ବସ୍ତ୍ର, ଚାଦର ଆଦିକୁ ଏକ ପୁଟୁଳି କରି ଘରେ ରଖିଥାଆନ୍ତି। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଆସିଥାଏ।
ଯେଉଁ ଜିନିଷ କୌଣସି କାର୍ୟ୍ୟ ପାଇଁ ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ମଧ୍ୟ ଘରେ ରଖିବା ଉଚିତ ନୁହେଁ। ଅବ୍ୟବହୃତ ବସ୍ତୁ ଘରେ ରହିଲେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।
ଘରର ତାଜାରେ ପୁରୁଣା ଲକେଟ, ଡ଼େଉଁରିଆ, ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ।
ଦାମୀ ଜିନିଷ ନିକଟରେ ଝାଡ଼ୁ ରଖନ୍ତୁ ନାହିଁ –
ଯେଉଁ କକ୍ଷ (ରୁମ୍‍ )ରେ ଦାମୀ ଜିନିଷ ରହିଛି, ସେଠାରେ ଝାଡ଼ୁ ଆଦୌ ରଖନ୍ତୁ ନାହିଁ। ଝାଡ଼ୁ ସର୍ବଦା ଘରର ଏକ କୋଣରେ ରଖନ୍ତୁ।
ବାସ୍ତୁ ଅନୁଯାୟୀ, ଗୃହରେ ବଂଶୀ ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ବଂଶୀ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ନିୟମିତ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ଭଗବାନ ମହେଶ୍ୱର ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଘରେ ବସିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ କାର୍ୟ୍ୟାଳୟରେ ଠିଆ ହୋଇଥିବା ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ। ଏହି ମୂର୍ତ୍ତିଙ୍କର ଚରଣ ଭୂମି ଅର୍ଥାତ ଯେଉଁସ୍ଥାନରେ ରଖୁଛନ୍ତି, ସେହି ସ୍ଥାନକୁ ସ୍ପର୍ଶ କରିବା ଆବଶ୍ୟକ। ଧବଳ ରଙ୍ଗର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସୁଖସମୃଦ୍ଧି ପ୍ରଦାନ କରିଥାଆନ୍ତି।
ଘରକୁ ଓ ଘରେ ଥିବା କାଚ ପାତ୍ରକୁ ସଫା କରନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ। ଅନ୍ଧକାର କରନ୍ତୁ ନାହିଁ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories