www.samajalive.in
Sunday, December 7, 2025
23.1 C
Bhubaneswar

ଆଡିଲେଡରେ ହାରିଲା ଭାରତ, ଘରୋଇ ଦଳ ଅଷ୍ଟ୍ରେଲିଆର ସହଜ ବିଜୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ହୋଇଛି। ଅଷ୍ଟ୍ରେଲିଆ ୨ ଓ୍ବିକଟ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ୨ୟ ଇନିଂସରେ ମ୍ୟାଥ୍ୟୁ ୱାଡେ ଓ ଜୋ ବର୍ନ୍ସ ଓପନିଂ ବ୍ୟାଟିଂ କରିଥିଲେ। ଉଭୟ ରକ୍ଷଣାତ୍ମକ ବ୍ୟାଟିଂ କରି ମ୍ୟାଚକୁ ବିଜୟ ଆଡକୁ ନେଇଯାଇଥିଲେ। ମାଥ୍ୟୁ ବ୍ୟକ୍ତିଗତ ୩୩ ରନ କରି ଆଉଟ ହୋଇଥିଲେ। ପରେ ମାରୁନ୍ସ ୬ରନ କରି ଆଉଟ ହୋଇଥିଲେ। ଅପରାଜିତ ଥିବା ଜୋ ବର୍ନ୍ସଙ୍କ ସହ ସ୍ମିଥ ପାରିକୁ ସମ୍ଭିଳିଥିଲେ। ଜୋ ବର୍ନ୍ସ ଶେଷ ବଲରେ ୬ମାରି ବ୍ୟକ୍ତିଗତ ଭାବେ ୫୧ ରନ କରି ଅପାରିଜିତ ରହି ମ୍ୟାଚକୁ ଜିତାଇଥିଲେ।

ଭାରତ ପକ୍ଷରୁ ଉମେଶ ଯାଦବ, ଯଶପ୍ରିତ ବୁମରା ଓ ରବିଚନ୍ଦ୍ର ଅଶ୍ବିନି ଗୋଟିଏ ଲେଖାଏଁ  ଓ୍ବିକେଟ ନେଇଥିଲେ।

- Advertisement -

୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଥିଲା। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି ଘୋଷଣା କରିଥିଲା। ଦଳ ୨୧.୨ ଓଭର ଖେଳି ୯ ଉଇକେଟ୍‌ ବିନିମୟରେ ମାତ୍ର ୩୬ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ବୋଲର ଜୋଶ୍‌ ହାଜେଲଉଡ୍‌ ଏବଂ ପ୍ୟାଟ କ୍ୟୁମିନ୍‌ସଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଭାରତୀୟ ଟିମ୍‌ ଧରାଶାୟୀ ହୋଇଥିଲା। କୌଣସି ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ଛୁଇଁ ପାରି ନ ଥିବାବେଳେ ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌ ୫ଟି ଏବଂ କ୍ୟୁମିନ୍‌ସ ୪ଟି ଉଇକେଟ୍‌ ନେବାରେ ସଫଳ ହୋଇଥିଲେ।

ପ୍ରଥମ ପାଳିରେ ୫୩ ରନ୍‌ର ଲିଡ୍‌ ସହିତ ଭାରତ ଘରୋଇ ଦଳକୁ ୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories