www.samajalive.in
Tuesday, December 9, 2025
23.1 C
Bhubaneswar

ସୌଭାଗ୍ୟବତୀ ମା ବାରବରା ୫୦ଲକ୍ଷରେ ଜଣେ

ଆମେରିକାର ମିଚିଗାନ୍‌ ସହରବାସିନ୍ଦା ହେଲେ ଫେଡ୍ରିକ୍ ଷ୍ଟିନେସ୍‌ ଓ ତାଙ୍କ ପତ୍ନୀ ବାରବରା ସୋପର୍‌, ସାଧାରଣ ବର୍ଗର ଏଇ ଦମ୍ପତି ତାଙ୍କ ୩ ପିଲାଙ୍କ ଜନ୍ମ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ବିଶେଷଜ୍ଞ ଦଳଙ୍କ ଅନୁଧ୍ୟାନ ମଧ୍ୟ ବାରବରାଙ୍କ ଉପରେ ହୋଇଥିଲା ଓ ପରେ ତାଙ୍କୁ ଆଖ୍ୟା ଦିଆଯାଇଥିଲା ‘ସୌଭାଗ୍ୟବତୀ ମା’। ବିବାହର ୩ ବର୍ଷ ପରେ ବାରବରା ପ୍ରଥମଥର ଗର୍ଭବତୀ ହେଲେ, ତାଙ୍କ ପ୍ରଥମ ସନ୍ତାନ ୦୮.୦୮.୦୮ରେ ଜନ୍ମ ହେଲା। ୨୦୦୮ ମସିହା ଅଗଷ୍ଟ ମାସ(୦୮) ୮ତାରିଖରେ ଝିଅର ଜନ୍ମ ହେବାରୁ ସେ ଓ ତାଙ୍କ ସ୍ବାମୀ ଉଭୟ ଖୁବ୍ ଖୁସି ହେଲେ। କିଛି ମାସ ପରେ ବାରବରା ପୁଣି ଗର୍ଭବତୀ ହେଲେ ଓ ଠିକ୍ ବର୍ଷକ ପରେ ତାଙ୍କ ପୁଅ ୦୯.୦୯.୦୯ରେ ଜନ୍ମ ହେଲା। ୨୦୦୯ ମସିହା ସେପ୍ଟେମ୍ବର ମାସ ୯ ତାରିଖ, ଏଥରକ ହସ୍ପିଟାଲ୍ କର୍ତ୍ତୃପକ୍ଷ ଦମ୍ପତିଙ୍କୁ ଅଭିବାଦନ ଜଣାଇଲେ। ଏହା ଏକ ପ୍ରକାର ସଂଯୋଗ ବୋଲି ବାରବରାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଜଣକ କହିଲେ। ଝିଅ ଜନ୍ମର କିଛି ମାସ ପରେ ବାରବରା ତୃତୀୟ ଥର ଗର୍ଭବତୀ ହେଲେ ଓ ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା, ତାଙ୍କ ତୃତୀୟ ସନ୍ତାନ ୧୦.୧୦.୧୦ରେ ଜନ୍ମ ହେଲା। ବାରବରାଙ୍କର ୩ପିଲା ସ୍ବାଭାବିକ ପ୍ରସବରେ ଜନ୍ମ ନେଇଛନ୍ତି। ୩ ପିଲାଙ୍କ ଜନ୍ମତାରିଖରେ ଏଇ ସାମଞ୍ଜସ୍ୟ ଦେଖାଯିବା ପରେ ବିଶେଷଜ୍ଞ ଦଳ ଅନୁସନ୍ଧାନ କରିଥିଲେ। ୫୦ଲକ୍ଷ ମହିଳାଙ୍କ ମଧ୍ୟରେ ଜଣଙ୍କ ପାଖରେ ଏପରି ସଂଯୋଗ ଦେଖାଯାଉଥିବାବେଳେ ବାରବରା ହିଁ ଏଇ ସୌଭାଗ୍ୟର ଅଧିକାରୀ ଜାଣିବା ପରେ ସେ ଖୁସିରେ କାନ୍ଦି ପକାଇଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories