www.samajalive.in
Sunday, December 7, 2025
16.1 C
Bhubaneswar

କନ୍ଧମାଳର ୬୭ ପଞ୍ଚାୟତକୁ ମୋବାଇଲ ସେବା ଅପହଞ୍ଚ

ଫୁଲବାଣୀ : ଟାୱାର ନଥିବାରୁ କନ୍ଧମାଳ ଜିଲାର ୧୭୧ଟି ପଞ୍ଚାୟତ ମଧ୍ୟରୁ ୬୭ଟି ପଞ୍ଚାୟତକୁ ମୋବାଇଲ ସେବା ଅପହଞ୍ଚ ରହିଛି। ବଳକା ୧୦୪ ପଞ୍ଚାୟତରେ ବିଏସ୍‍ଏନ୍‍ଏଲ୍‍ ମୋବାଇଲ ସେବା ପହଞ୍ଚିଛି।  ସମଗ୍ର ଜିଲାର ୯୮ଟି ପଞ୍ଚାୟତରେ ୨ଜି ବ୍ୟବସ୍ଥା ଥିବା ବେଳେ ୭୫ଟି ପଞ୍ଚାୟତରେ ୨ଜି ଓ ୩ଜି ବ୍ୟବସ୍ଥା ମଧ୍ୟ ପହଁଚି ପାରିଛି। ଗତ ୨ ବର୍ଷ ହେଲା ଗୋଟିଏ ମଧ୍ୟ ଟାୱାର ନିର୍ମାଣ ପାଇଁ ଅନୁଦାନ ମିଳିନଥିବାରୁ ଜିଲାର କୌଣସି ସ୍ଥାନରେ ମଧ୍ୟ ଟାୱାର ବସାଯାଇନଥିବା ବିଏସଏନଏଲ ସୂତ୍ରରୁ ପ୍ରକାଶ।

କରୋନା କଟକଣାଜନିତ ବିଦ୍ୟାଳୟ ବନ୍ଦ ରହିଥିବାରୁ ପିଲାଙ୍କୁ ଅନଲାଇନରେ ଶିକ୍ଷାଦାନ ଦିଆଯାଉଛି। କିନ୍ତୁ ଏହି ଜିଲାର ୬୭ ପଞ୍ଚାୟତର ଛାତ୍ରଛାତ୍ରୀ ଏହି ବ୍ୟବସ୍ଥାରେ ଉପକୃତ ହୋଇପାରୁ ନାହାଁନ୍ତି।  ବିଭିନ୍ନ ସମୟରେ ଅଞ୍ଚଳବାସୀ ବାରମ୍ବାର ଦାବି କରିଛନ୍ତି। ନିର୍ବାଚିତ ଲୋକ ପ୍ରତିନିଧିମାନେ ଏଭଳି ସମସ୍ୟାର ସମାଧାନ ପ୍ରତି ମଧ୍ୟ ଧ୍ୟାନ ଦେଉ ନାହାଁନ୍ତି। ଯଦ୍ବାରା ୬୭ ପଞ୍ଚାୟତର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହିଛନ୍ତି। କିଏ କେଉଁ ବାଟରେ ମୋବାଇଲ ଟାୱାର ସଂଯୋଗ ହୋଇପାରୁଥିବା ପଡୋଶୀ ପଞ୍ଚାୟତ କିମ୍ବା ପାହାଡ ଚଢି  ଅନଲାଇନ ଶିକ୍ଷାଦାନ ଗ୍ରହଣ କରିବାକୁ ଉଦ୍ୟମ ଚଳାଇଛନ୍ତି।

- Advertisement -

ବାଲିଗୁଡ଼ା ବ୍ଳକର ୧୪ଟି ପଞ୍ଚାୟତ ମଧ୍ୟରୁ ୭ଟିରେ ମୋବାଇଲ ସେବା ପହଞ୍ଚିଥିବା ବେଳେ ଆଜି ପର୍ୟ୍ୟନ୍ତ ୭ଟି ପଞ୍ଚାୟତକୁ ଏହି ସେବା  ପହଞ୍ଚିପାରିନି। ସେହିଭଳି ଚକାପାଦ ବ୍ଳକର ୧୧ଟି ପଞ୍ଚାୟତ ମଧ୍ୟରୁ ୩ଟି, ଦାରିଙ୍ଗବାଡ଼ି ବ୍ଳକର ୧୨ଟି ,  ଜି.ଉଦୟଗକିରି ବ୍ଳକର ୩ଟି, କେ.ନୂଆଗାଁ ବ୍ଳକର ୮ଟି,  ଖଜୁରିପଡ଼ା ବ୍ଳକର ୩ଟି,  କୋଟଗଡ଼ ବ୍ଳକର ୧୦ଟି, ଫିରିଙ୍ଗିଆ ବ୍ଳକର ୮ଟି,  ଫୁଲବାଣୀ ବ୍ଳକର ୩ଟି, ରାଇକିଆ ବ୍ଳକର ୭ଟି, ଟିକାବାଲି ବ୍ଳକର ୫ଟି,  ତୁମୁଡ଼ିବନ୍ଧ ବ୍ଳକର ୪ଟି ପଞ୍ଚାୟତକୁ ମୋବାଇଲ ସେବା ପହଞ୍ଚିପାରିନି। ଯେଉଁ ସବୁ ପଞ୍ଚାୟତରେ ବିଏସ୍‍ଏନ୍‍ଏଲ୍ ସୁବିଧା ନାହିଁ ସେହି ସବୁ ଅଞ୍ଚଳ ମଧ୍ୟରୁ କେତେକ ସ୍ଥାନରେ ବେସରକାରୀ ସଂସ୍ଥା ପକ୍ଷରୁ ନେଟୱାର୍କ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। କେତେକ ସ୍ଥାନରେ ନେଟୱାର୍କ ଆସୁଥିବା ବେଳେ ଆଉ କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ଏହି ସେବା ମିଳିପାରୁନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories