www.samajalive.in
Tuesday, December 9, 2025
15.1 C
Bhubaneswar

ମହାକାଶ ବିଜ୍ଞାନ ବାବଦରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଜ୍ଞତା ଦର୍ଶାଇଲା ଟିମ ଭିଏସଏଲଭି

ବୁର୍ଲା:ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଏବଂ ଟାଟା ଷ୍ଟିଲ ପକ୍ଷରୁ ଯୁବ ଏଷ୍ଟ୍ରୋନୋମର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଥିଲା।  କରୋନା ଯୋଗୁଁ ଜାରି କଟକଣା ପାଇଁ ଏଥର ଡ଼ିଜିଟାଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଭାଗୀୟ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଟି ଭି ନରେନ୍ଦ୍ର, ଗ୍ରୁପ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, କର୍ପୋରେଟ ଯୋଗାଯୋଗ ମୁଖ୍ୟ କୁଲଭିନ ସୁରୀ ଏବଂ ସୌମିତ୍ର ପଟ୍ଟନାୟକଙ୍କ ସହିତ ବହୁ ବିଶିଷ୍ଟ ପ୍ରବନ୍ଧକ ଏବଂ ଏ କ୍ଷେତ୍ରରେ ଗବେଷଣା କରୁଥିବା ବିଶେଷଜ୍ଞ ମାନେ ଏଥିରେ ଯୋଗ ଦେଇଥିଲେ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଟିମ-ଭିଏସଏଲଭିକୁ ପ୍ରଥମ କରି ଏଥର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ମହାକାଶ ଗବେଷଣା, ରକେଟ ନିର୍ମାଣ ନେଇ ପ୍ରଶିକ୍ଷଣ ଦେବାକୁ ଆମନ୍ତ୍ରଣ କରାଯାଇଥିଲା। ଟିମ-ଭିଏସଏଲଭିର ଛାତ୍ରଛାତ୍ରୀମାନେ ନିଜସ୍ୱ ଜ୍ଞାନକୌଶଳରେ ରକେଟ ନିର୍ମାଣ ଓ ଉତ୍‍କ୍ଷେପଣରେ ପାଇଥିବା ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଫର କ୍ରିଏଟିଙ୍ଗ ଦ ଫ୍ୟୁଚର-ରକେଟ ଇଞ୍ଜିନିୟର୍ସ ଅଫ ୨୧ ସେନଚୁରୀ ଶୀର୍ଷକ ବିଷୟରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନ ଓ ସନ୍ଦେହକୁ ବୁର୍ଲା ଭିସୁଟ ଭିଏସଏଲଭିର ଯଶରାଜ ପଣ୍ଡା, ଅନସ ଅହମ୍ମଦ ଖାନ, ପାର୍ଥସାରଥୀ ଦାଶ ପ୍ରମୁଖ ଛାତ୍ରଛାତ୍ରୀ ସମାଧାନ କରିବାରେ ତଥ୍ୟ ଉପସ୍ଥାପନ କରିଥିଲେ। ଭିଏସଏଲଭିର ଗବେଷଣା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories