www.samajalive.in
Wednesday, December 10, 2025
15.1 C
Bhubaneswar

କାନ୍ଦାହାରରେ ସେନା କାର୍ଯ୍ୟନୁଷ୍ଠାନ : ୬୦ତାଲିବାନ ଆତଙ୍କବାଦୀ ନିହତ

କାବୁଲ : ଆଫଗାନିସ୍ତାନର ଦକ୍ଷିଣ କାନ୍ଦାହାର ପ୍ରଦେଶରେ ଗତ ୭୨ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୭ ଜଣ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୬୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି । ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NDS) ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି।
ଏନଡିଏସ ଅନୁଯାୟୀ, ତାଲିବାନକୁ ଟାର୍ଗେଟ କରି ମୋର୍ଟାର ସ୍କ୍ବାର୍ଡ ଦ୍ୱାରା ତୃତୀୟ ୟୁନିଟ ଉପରେ ଆକ୍ରମଣ କରାଯାଇଥିଲା । ଗତ ଏକ ସପ୍ତାହ ଧରି କାନ୍ଦାହାର ପ୍ରଦେଶରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ହିଂସା ଘଟିଥିଲା। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୯ ତାରିଖରୁ ୧୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଏହାପୂର୍ବରୁ ଶନିବାର ଦିନ ଆଫଗାନିସ୍ତାନରେ ଆମେରିକାର ସେନାବାହିନୀ ତାଲିବାନ ଟାର୍ଗେଟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନିଶ୍ଚିତ କରିଛି । ଡିସେମ୍ବର ୧୦ରେ କାନ୍ଦାହାର ପ୍ରଦେଶର ହୈରି ଜିଲ୍ଲାରେ ଏକ ଆଫଗାନିସ୍ତାନ ସେନା ଆଉଟପୋଷ୍ଟକୁ ଟାର୍ଗେଟ କରି ତାଲିବାନର ଆକ୍ରମଣ ପରେ ଆମେରିକା ସୈନ୍ୟବାହିନୀ ଦ୍ୱାରା ଏହି ଆକ୍ରମଣ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories