www.samajalive.in
Tuesday, December 9, 2025
19.1 C
Bhubaneswar

ରାଉରକେଲା ସରକାରୀ ଡାକ୍ତରଖାନା ନୂତନ ବ୍ୟବସ୍ଥାକୁ ନେଇ ପ୍ରଚାର, ଆରମ୍ଭ କେବେ

ରାଉରକେଲା, : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ସେବା ପାଇଁ ଉନ୍ନତ ତଥା ନୂତନ ବ୍ୟବସ୍ଥାକୁ ନେଇ ନାନାଦି ପ୍ରଚାର ହେଉଥିବା ବେଳେ ଏହା କେବେ କାର୍ଯ୍ୟକ୍ଷମ ହେବ ତା’କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଗତ ୧୧ତାରିଖ ଦିନଏହି ଆଲୋଚନା ଜୋର ଧରିଥିଲା। ଗତକାଲି ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନଙ୍କ ଗସ୍ତ ବେଳେ ଏହି ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିବା ୫ଟି ସଚିବଙ୍କ ଗସ୍ତ ବାତିଲକୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ତେବେ ଡାକ୍ତରଖାନା କର୍ତୃପକ୍ଷ ୫ଟି ସଚିବ କେବଳ ଡାକ୍ତରଖାନା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା ବୋଲି କହିଛନ୍ତି। କର୍ତୃପକ୍ଷଙ୍କ ସୂଚନା ଅନୁସାୟୀ ବହୁ ବ୍ୟବସ୍ଥାକୁ ନେଇ ପଅଚାର କରାଯାଉଥିବା ବେଳେ ବର୍ତମାନ ରୋଗୀଙ୍କ ନିଃଶୁଳ୍କ ସେବା ଯୋଗାଇବା ପାଇଁ ସିଟି ସ୍କାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ତେବେ ବ୍ୟବସ୍ଥା ଆରମ୍ଭ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଅନୁଯାୟୀ ଏହି ବ୍ୟବସ୍ଥାକୁ ପରିଚାଳନା ପାଇଁ ସ୍ପନ୍ଦନ ଡାଏଗୋନୋଷ୍ଟିକକୁ କାର୍ଯ୍ୟାଦେଶ ମିଳିଛି। କେବଳ ରୋଗୀଙ୍କ ସିଟି ସ୍କାନ ବାବଦରେ ଦେୟ ୧୧୦୦ଟଙ୍କା ଡିଏମଏଫ ପାଣ୍ଠିରୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଅପରପକ୍ଷରେ ଡାକ୍ତରଖାନାରେ ଡାୟଲସିସି ବ୍ୟବସ୍ଥା ଆରମ୍ଭ ନେଇ ବିଳମ୍ବ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏଥିପାଇଁ ଆବଶ୍ୟକ ମେସିନ ଡିଏମଏଫ ଜରିଆରେ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଏଥିରେ ପରିବର୍ତନ ହୋଇଛି। ଏହି ମେସିନ ବ୍ୟୟ ବହୁଳ ଥିବାରୁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିବା ପାଇଁ ନିଷ୍ପତି ନିଆଯାଇଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏନଆରଏଚଏମ ଜରିଆରେ ଏଥିପାଇଁ ଅନୁଦାନ ପ୍ରଦାନ କରାଯିବ। ଏଥିପାଇଁ ଆରଜିଏଚ କର୍ତୃପକ୍ଷ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଡାୟଲସିସ ବ୍ୟବସ୍ଥା ପାଇଁ ଆରଜିଏଚକୁ ୭ଟି ମେସିନ ମିଳିବ। ତେବେ ଏହା କେବେ ମିଳିବ ତାହ ସ୍ପଷ୍ଟ ହୋଇ ନାହିଁ। ରୋଗୀଙ୍କ ଆବଶ୍ୟକତା ଓ ଦାବିକୁ ଦୃଷ୍ଟିରେ ରଖି ର‍୍ୟାମ୍ପ ନିର୍ମାଣ କରାଯାଉଛି ଏହା ସହିତ ଅଗାମାୀ ଦିନରେ ଶିଶୁ ବିଭାଗର ଆଇସିୟୁ, ଜେନେରାଲ ଆଇସିୟୁ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି। ତେବେ ଏହି ସବୁ ବ୍ୟବସ୍ଥା କେବେ କାର୍ଯ୍ୟକାରୀ ହେବ ଓ ରୋଗୀ ଏହାର ସୁଫଳ ପାଇବେ, ତା’କୁ ନେଇ ପ୍ରଶ୍ନ ଉଠୁଛି। ସାଧାରଣ ଲୋକଙ୍କ ଡାକ୍ତରଖାନା ଭାବେ ପରିଚିତ ରାଉରକେଲା ସରକାରୀ ଡାକ୍ତରଖାନା ଉପରେ କେବଳ ସୁନ୍ଦରଗଡ଼ ଜିଲା ନୁହେଁ, ବରଂ ପଡ଼ୋଶୀ ଜିଲାର ଜନସାଧାରଣ ନିର୍ଭର କରୁଥିବାରୁ ସବୁଦୃଷ୍ଟିରୁ ରୋଗୀ ସେବା ପାଇଁ ଏହାକୁ ଉପଯୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories