www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା, କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ନୂତନ କୃଷି ଆଇନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସେମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ତାଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ବିକଳ୍ପ ବଜାର ସୃଷ୍ଟି ଉଦ୍ଦେଶ୍ୟରେ ଏହି ଆଇନଗୁଡିକ ତିଆରି କରାଯାଇଛି।

- Advertisement -

୧୭ ତମ ଦିନରେ ପ୍ରବେଶ କରିଥିବା କୃଷକଙ୍କ ଆନ୍ଦୋଳନକୁ ସିଧାସଳଖ ଉଲ୍ଲେଖ ନକରି ମୋଦୀ କହିଛନ୍ତି ଯେ ସରକାରୀ ଉଦ୍ୟମର ଏକ ଅଂଶ ଭାବରେ କୃଷି ସଂସ୍କାର ବହୁ ପୂର୍ବରୁ ରହି ଆସିଥିବା ପ୍ରତିବନ୍ଧକ ହଟାଇବା ପାଇଁ ଉଦ୍ଦିଷ୍ଟ ଓ ଏହି ନୂତନ ଆଇନ ମଧ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ନୀତି ଏବଂ କାର୍ଯ୍ୟ ମାଧ୍ୟମରେ କୃଷକଙ୍କ ସ୍ୱାର୍ଥ ତଥା କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ଫେଡେରେସନର ବାର୍ଷିକ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଏକ ମାତ୍ର ଲକ୍ଷ ହେଉଛି କୃଷକମାନଙ୍କୁ ସମୃଦ୍ଧ କରିବା। ସେ କହିଛନ୍ତି ଯେ ପୂର୍ବ ସଂସଦ ଅଧିବେଶନରେ ଅନୁମୋଦିତ ଏହି ନୂତନ ନିୟମ କୃଷକମାନଙ୍କୁ ସେମାନଙ୍କ ଫସଲ କିଣିବା ଓ ବିକ୍ରୟ ପାଇଁ ନିର୍ଦ୍ଧାରିତ ମଣ୍ଡି ବାହାରେ ଅତିରିକ୍ତ ବିକଳ୍ପ ପ୍ରଦାନ କରିବ।

ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟରୁ ଶତାଧିକ କୃଷକ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାକୁ ଯାଉଥିବା କେତେକ ରାଜପଥକୁ ଅବରୋଧ କରିଛନ୍ତି। ସରକାର ନୂତନ ଚାଷ ଆଇନକୁ ରଦ୍ଦ ନକରିବା ପର୍ଯ୍ୟନ୍ତ ସେମାନେ ସାରା ଦେଶରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିବାକୁ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କୃଷି କ୍ଷେତ୍ର ଅତୀତ ଅପେକ୍ଷା ଅଧିକ ଜୀବନ୍ତ ହୋଇଛି। ସେ କହିଛନ୍ତି, ତାଙ୍କ ସରକାରଙ୍କ କୃଷକ ଅନୁକୂଳ ପଦକ୍ଷେପ ଯୋଗୁ ଆଖୁରୁ ଇଥାନଲ ଉତ୍ପାଦନ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। କୃଷି କ୍ଷେତ୍ରରେ ଭାରତର ଶିଳ୍ପ ସୀମିତ ଅଂଶଗ୍ରହଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଶିଳ୍ପଗୁଡିକୁ ସେମାନଙ୍କ ଆଗ୍ରହ ଦେଖାଇବାକୁ ଏବଂ ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories