www.samajalive.in
Wednesday, December 10, 2025
15.1 C
Bhubaneswar

ମମତାଙ୍କ ‘ମମତା’ : ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କଲେ କ୍ଷେତରାଜପୁର ଥାନାଧିକାରିଣୀ

ସମ୍ବଲପୁର: ସରକାର ଅସହାୟ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିବାର ଦାବି କରୁଥିବା ବେଳେ କିନ୍ତୁ ତାହା ପ୍ରକୃତ କ୍ଷେତ୍ରରେ ପ୍ରତିଫଳିତ ହେଉ ନାହିଁ। ଫଳରେ ଅନେକ ସମୟରେ ମହାନଗର ନିଗମ ଅନ୍ତର୍ଗତ ଅଞ୍ଚଳରେ ଅନେକ ଅସହାୟ, ମାନସିକ ବିକୃତି ଥିବା ବ୍ୟକ୍ତି, ଦିବ୍ୟାଙ୍ଗଜନ ମାନେ ଘୂରି ବୁଲୁଥିବା ବେଳେ ସେମାନଙ୍କୁ ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ମାନେ ସହାୟତା କରୁଥିବାର ଦେଖାଯାଉଛି। ଏଭଳି ମାନବୀୟ କାର୍ଯ୍ୟରେ ସମ୍ବଲପୁରର କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ ମଧ୍ୟ ପଛରେ ନାହାନ୍ତି। କ୍ଷେତରାଜପୁର ଥାନା ଭଳି ସମ୍ବଲପୁର ସହର ମଧ୍ୟରେ ରହିଥିବା ଏକ ପ୍ରମୁଖ ଥାନାଧିକାରିଣୀ ଭାବରେ କାର୍ଯ୍ୟବ୍ୟସ୍ତତା ସତ୍ୱେ ମମତା ସର୍ବଦା ଅସହାୟ ମାନଙ୍କୁ ସହାୟତା କରୁଥିବାର ଦେଖାଯାଉଛି।

ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ସ୍ଥାନୀୟ ଦୁର୍ଗାପାଲୀ ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିର ନିକଟରେ ରାସ୍ତା କଡରେ ବସି ରହିଥିବା ଜଣେ ମାନସିକ ବିକୃତି ମହିଳା ସେପଟ ଦେଇ ଯାଉଥିବା ପଥଚାରୀ ଓ ଯାନବାହନ ଗୁଡିକ ଉପରକୁ ଢ଼େଲା ଓ ଚପଲ ମାଡ କରି ଚିତ୍କାର କରୁଥିଲେ। ଏ ସର୍ମ୍ପକରେ ସ୍ଥାନୀୟ ଲୋକେ କ୍ଷେତରାଜପୁର ଥାନାକୁ ଖବର ଦେବାରୁ ଥାନାଧିକାରିଣୀ ମମତା ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ମହିଳାଙ୍କୁ ଅନେକ ସମୟ ଧରି ବୁଝାସୁଝା କରିବା ପରେ ସେ ତାର ନାମ ବାସନ୍ତି ସାହୁ, ବୟସ ପ୍ରାୟ ୩୦ ବର୍ଷ ଓ ବାପା ହାଡୁ ସାହୁ ବୋଲି କହିଥିଲା। ଏହା ପରେ ମମତା ଉକ୍ତ ମହିଳାଙ୍କୁ ଗାଡିରେ ବସାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ କୋଭିଡ– ୧୯ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ମହିଳା ଜଣକ କରୋନା ନେଗେଟିଭ ଜଣା ପଡ଼ିବା ପରେ ତୁରନ୍ତ ତାଙ୍କୁ କୁଲୁଥକାନୀ ସ୍ଥିତ କେୟାର ସେଲଟର ହୋମ୍ସ ସହିତ ଯୋଗାଯୋଗ କରି ଥଇଥାନ କରିଥିଲେ। ଉଦ୍ଧାର ହୋଇଥିବା ମହିଳା ଜଣକଙ୍କ ମାନସିକ ବିକୃତି ରହିଥିବାର ଜଣାପଡୁଥିବାରୁ ତାଙ୍କର ପରିଚୟ ଓ ଠିକଣା ଖୋଜିବାକୁ ପୁଲିସ ପ୍ରୟାସ କରୁଥିବାର ଜଣାପଡ଼ିଛି। ଏହି କାର୍ଯ୍ୟରେ ସମାଜସେବୀ ଅବିନାଶ ମିଶ୍ର, ଏଏସଆଇ ବାସନ୍ତି ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

- Advertisement -

ସାଧାରଣତଃ ପୁଲିସ କହିଲେ ସାଧାରଣ ଜନତାଙ୍କ ମନରେ ଭୟ ଦେଖାଯାଉଥିବା ବେଳେ କିନ୍ତୁ ଅନେକ ସମୟରେ କାର୍ଯ୍ୟକ୍ଷେତ୍ରରେ କ୍ଷେତରାଜପୁର ଥାନାଧିକାରିଣୀଙ୍କ ମାନବୀୟ ଚେହେରା ସର୍ବ ସମ୍ମୁଖରେ ଦେଖାଯାଇଛି। ଗତ ବର୍ଷ କ୍ଷେତରାଜପୁର ଲେଭେଲ କ୍ରସିଂରେ ଜଣେ ଯୁବକଙ୍କ ଦୁଇ ଗୋଡ କଟିଯିବା ସମୟରେ ହେଉ କି ଲକ୍ଷ୍ମୀ ଡୁଙ୍ଗୁରୀ ଛକରେ ଦୁର୍ଘଟଣା ସମୟରେ ଆହତଙ୍କୁ ତୁରନ୍ତ ସେ ନିଜର ସରକାରୀ ଗାଡିରେ ବସାଇ ଡାକ୍ତରଖାନାକୁ ପହୁଞ୍ଚାଇବାର ବ୍ୟବସ୍ଥା କରୁଥିବାର ଦେଖାଯାଇଛି। ଥାନାଧିକାରିଣୀ ମମତା ଙ୍କ ଏଭଳି ମାନବୀୟ କାର୍ଯ୍ୟ ଯୋଗୁଁ ସେ କ୍ଷେତରାଜପୁର ଅଞ୍ଚଳବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories