www.samajalive.in
Sunday, December 7, 2025
14.1 C
Bhubaneswar

ଲାଞ୍ଚ ବିରୋଧରେ ମଞ୍ଚରେ ଭାଷଣ ଦେଲେ, ଘଣ୍ଟାଏ ପରେ ଲାଞ୍ଚ ନେଇ ନିଜେ ଗିରଫ ହେଲେ ଅତିରିକ୍ତ ଏସପି

ଲାଞ୍ଚ ବିରୋଧରେ ମଞ୍ଚରେ ଜୋରଦାର ଭାଷଣ ଦେଲେ। ଏହାର ଠିକ୍‌ ୧ ଘଣ୍ଟା ପରେ ଲାଞ୍ଚ ନେଉଥିବାବେଳେ ନିଜ ବିଭାଗର କର୍ମଚାରୀଙ୍କ ହାତରେ ଗିରଫ ହେଲେ। ଏପରି ଘଟଣା ଘଟିଛି ରାଜସ୍ଥାନର ଜୟପୁର ସାୱାଇ ମାଧୋପୁର ଅଞ୍ଚଳରେ।

ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି)ର ଅତିରିକ୍ତ ଏସପି ଭେରୁ ଲାଲ୍‌। ଏସିବିର ଅତିରିକ୍ତ ଏସପି ପୁଷ୍ପେନ୍ଦ୍ର ସିଂହଙ୍କ ନେତୃତ୍ଵରେ ଏକ ଟିମ୍‌ ଭେରୁଲାଲଙ୍କୁ ଗିରଫ କରିଛି। ସେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଏସିବି ଟିମ୍‌ ତାଙ୍କୁ ଗିରଫ କରିଛି।

- Advertisement -

ଏସିବି ସୂଚନା ଅନୁସାରେ, ସୱାଇ ମାଧୋପୁର ଏସିବିର ଅତିରିକ୍ତ ଏସପି ଭେରୁଲାଲ ସ୍ଥାନୀୟ ଡିଟିଓ ମହେଶ ଚନ୍ଦଙ୍କଠାରୁ ପ୍ରତିମାସରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମହେଶ ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜୟପୁର ଏସିବିର ଟିମ୍‌ ଭେରୁଲାଲଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ସେଠାରେ ଭେରୁଲାଲ ମହେଶଙ୍କଠାରୁ ୮୦ ହଜାର ଟଙ୍କା ନେଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫର ୧ ଘଣ୍ଟା ପୂର୍ବରୁ ଅତିରିକ୍ତ ଏସପି ଭେରୁଲାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ଜନସାଧାରଣଙ୍କୁ ଲାଞ୍ଚ ବିରୋଧରେ ଭାଷଣ ଦେଇଥିଲେ। ସେ କହିଥିଲେ, କେହି ଯଦି ଲାଞ୍ଚ ମାଗୁଛନ୍ତି, ତେବେ ତୁରନ୍ତ ୧୦୬୪ ନମ୍ବରକୁ କଲ୍‌ କର ଏବଂ ଦୁର୍ନୀତି ଉପରେ ରୋକ୍‌ ଲଗାଇବାରେ ସହଯୋଗ କର।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories