www.samajalive.in
Monday, December 8, 2025
16.1 C
Bhubaneswar

ନିଲାମ ହେବ ବ୍ରାଡମ୍ୟାନ୍‌ଙ୍କ ଟୋପି

ସିଡନୀ  : ଅଷ୍ଟ୍ରେଲିଆର ମହାନ୍‌ ବ୍ୟାଟସମ୍ୟାନ୍‌ ଡନ୍‌ ବ୍ରାଡମ୍ୟାନ୍‌ ୧୯୨୮ରେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ବ୍ରାଡମ୍ୟାନ୍‌ ଯେଉଁ ଟୋପି ପିନ୍ଧିଥିଲେ ତାହା ନିଲାମ ହେବାକୁ ଯାଉଛି। ସୂଚନାଥାଉକି ଟେଷ୍ଟରେ ବ୍ରାଡମ୍ୟାନ୍‌ଙ୍କ ବ୍ୟାଟିଂ ଆଭରେଜ୍‌ ୯୯.୯୪, ଯାହାକି ଏକ ବିଶ୍ବ ରେକର୍ଡ। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ରାଡମ୍ୟାନ୍‌ ଯେଉଁ ଟୋପି ପିନ୍ଧିଥିଲେ ତାହାକୁ ସେ ୧୯୫୯ରେ ନିଜ ପଡୋଶୀ ପିଟର ଡୁନ୍‌ହାମ୍‌ଙ୍କୁ ଉପହାର ଦେଇଥିଲେ।

ସମୟକ୍ରମେ ଏହି ଟୋପି ଦକ୍ଷିଣ ଅଷ୍ଟ୍ରେଲିଆର ଲାଇବ୍ରେରୀରେ ପହଞ୍ଚିଥିଲା। ଏହି ଟୋପି ନିଲାମ ହେବ ବୋଲି ଜଣାପଡ଼ିଛି। ସୂଚନାଥାଉକି ପୂର୍ବରୁ ଅଷ୍ଟ୍ରେଲିଆର ମହାନ୍‌ ଲେଗ୍‌ସ୍ପିନର ସେନ୍‌ ୱାର୍ଣ୍ଣଙ୍କ ଟୋପି ୧୦ ଲକ୍ଷ ଅଷ୍ଟ୍ରେଲିଆନ୍‌ ଡଲାରରେ ନିଲାମ ହୋଇଥିଲା। ୨୦୦୩ରେ ବ୍ରାଡମ୍ୟାନ୍‌ଙ୍କ ଆଉ ଏକ ଟୋପି ୪ ଲକ୍ଷ ୨୫ ହଜାର ଓ  ୨୦୧୫ରେ ଏକ ବ୍ଲେଜର୍‌ ୧ ଲକ୍ଷ ୩୨ ହଜାର ଅଷ୍ଟ୍ରେଲିଆନ୍‌ ଡଲାରରେ ନିଲାମ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories