www.samajalive.in
Tuesday, December 9, 2025
26.1 C
Bhubaneswar

ଫଟାଇ ଖାଇଲି ବେଲ କୋକିଲରେ’ ଗୀତର ଲେଖକ ତଥା ‘ଶଲାବୁଢ଼ା’ ଚଳଚ୍ଚିତ୍ରର ଅଭିନେତା ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗିର:ଜଣାଶୁଣା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଭୁଖା’ ଫିଲ୍ମରେ ‘ଫଟାଇ ଖାଇଲି ବେଲ କୋକିଲରେ’ ଗୀତର ଲେଖକ; ଏଭଳି ଅନେକ ଫିଲ୍ମ, ନାଟକର ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ନେତ୍ରାନନ୍ଦ ବାରିକ। ସମ୍ବଲପୁରୀ-କୋଶଲୀ ଫିଲ୍ମ ‘ଶଳାବୁଢା’ରେ କର୍ମୁ ଭୂମିକା। ମୃତ୍ୟୁ ଦୃଶ୍ୟକୁ ନିଖୁଣ ଭାବେ ଦେଖାଇଥିଲେ। ହୃଦରୋଗରେ ପୀଡ଼ିତ ଶ୍ରୀ ବାରିକ ବଲାଙ୍ଗିର ଉପକଣ୍ଠ ଖୁଜେନପାଲି ଘରେ ରବିବାର ଭୋର ସାଢେ ୪ଟାରେ ଆଖି ବୁଜିଛନ୍ତି। ତାଙ୍କ ବିୟୋଗରେ କଳାକାର, ସାହିତ୍ୟିକ ତଥା ସାଧାରଣରେ ଶୋକ ପ୍ରକାଶ ପାଇଛି।
କୋଶଲୀ-ସମ୍ବଲପୁରୀ ଭାଷାର ପ୍ରଥମ ଫିଲ୍ମ ଭୁଖା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ସମ୍ମାନ ହାସଲ କରିଛି ଫିଲ୍ମ। ଫିଲ୍ମରେ ଠାକୁରାଣୀ ଦେବୀ ଭୂମିକାରେ ଅଭିନୟ କରୁଥିଲେ ଜଣାଶୁଣା କଳାକାର ନେତ୍ରାନନ୍ଦ ବାରିକ। ୧୯୭୧ ମସିହାରେ ଡ.ରତ୍ନାକର ଚଇନିଙ୍କ ନିର୍ଦ୍ଦେଶନାରେ ରାଜହଂସି ନାଟକ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ସେ। ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ପୁଲା ମଠିଆ, ବାବା ମଠ ଭଳି ଅନେକ ନାଟକ ସହ ଆନ୍ତର୍ଜାତୀୟସ୍ତରେ ପ୍ରଶଂସିତ ତଥା ପୁରସ୍କୃତ ଶଳାବୁଢା, ଆଦିମ ବିଚାର ଓ ପାହାଡର ଲୁହ ଭଳି କୋଶଲୀ-ସମ୍ବଲପୁରୀ ଫିଲ୍ମରେ ଅଭିନୟ, ଗୀତ ରଚନା, କଳା ନିର୍ଦ୍ଦେଶନା ଦେଇ ବେଶ ପ୍ରଶଂସା ସାଉଁଟିଛନ୍ତି ଶ୍ରୀ ବାରିକ। ରାଣ୍ଡି ପୁଅ ଅନନ୍ତାର ନିର୍ଦ୍ଦେଶନା, ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ନାଟକ ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି ସେ। ସେହିପରି ତାଙ୍କ ରଚିତ କୋଶଳ ରାଇଜର କଥାନୀ ବି ବେଶ ଆଦୃତ ହୋଇଛି। ତେବେ ଏତେ ସମ୍ମାନ ଓ ପୁରସ୍କାର ପାଇଥିବା ଏହି କଳାକାର ଜଣଙ୍କ ବାସ୍ତବ ଜୀବନରେ ବେଶ ସରଳ ଓ ସହୃଦୟବାନ।
ରବିବାର ଭୋର ସାଢେ ୪ଟା ବେଳେ ଖୁଜେନପାଲି ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ପାଖରେ ପୁଅ ପ୍ରଶାନ୍ତ, ସଚ୍ଚିଦାନନ୍ଦ, ସଦାନନ୍ଦ, ସ୍ୱରୂପାନନଦ ତଥା ବୋହୂ, ଝିଅ-ଜ୍ୱାଇଁ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ କଳାକାର, ଶୁଭେଚ୍ଛୁ, ବନ୍ଧୁମାନେ ତାଙ୍କ ଶେଷ ଦର୍ଶନ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories