www.samajalive.in
Sunday, December 7, 2025
26.1 C
Bhubaneswar

ଖୁବ ଶୀଘ୍ର ଘରକୁ ଫେରିବେ ସୀମା ପାର ହୋଇଥିବା ପାକ ଅଧିକୃତ କାଶ୍ମୀରର ୨ ଭଉଣୀ

ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରରୁ ଦୁଇ ଜଣ ନାବାଳିକା ଭାରତ ମଧ୍ୟକୁ ଚାଲି ଆସିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଆମର ଜାମ୍ମୁ ସମ୍ବାଦଦାତା ଜଣାଇଛନ୍ତି, ଗତକାଲି ସକାଳ ପ୍ରାୟ ୮ଟା ୪୫ ମିନିଟ୍‍ ସମୟରେ ଗୁଲପୁର ସବ୍‍ସେକ୍ଟର ସରଳା ନିକଟରେ ସେମାନଙ୍କୁ ଠାବ କରାଯାଇଥିଲା। ସେମାନେ ପାକ୍‍ ଅଧିକୃତ କାଶ୍ମୀରର କାହୁଟା ତହସିଲ ଅନ୍ତର୍ଗତ ଅବାସ୍‍ପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସେହି ଦୁଇ ଝିଅ ୧୭ ବର୍ଷୀୟ ଲାଇବା ଜବେର୍‍ ଏବଂ ତାଙ୍କ ସାନ ଭଉଣୀ ୧୩ ବର୍ଷୀୟ ସାନା ଜବେର୍‍ ବୋଲି ପରିଚୟ ମିଳିଛି। ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଅଧିକ ପଚରା ଉଚରା ପାଇଁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ଖୁବ୍‍ ଶୀଘ୍ର ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories