www.samajalive.in
Sunday, December 7, 2025
18.1 C
Bhubaneswar

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ଟି ଦେଶ ସାମିଲ ହୋଇଛନ୍ତି। ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି। ଏହି ସବୁ ଦେଶଗୁଡ଼ିକରେ ଯେପରି କରୋନା ଟିକାର ସୁଗମ ବଣ୍ଟନ ହୋଇପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।

- Advertisement -

ସେ କହିଛନ୍ତି, ୨୦୨୧ ଶେଷ ସୁଦ୍ଧା ପାଖାପାଖି ୨୦୦ କୋଟିରୁ ଅଧିକ ଟିକା ଯୋଗାଇ ଦେବାପାଇଁ ହୁ ଲକ୍ଷ୍ୟ ରଖିଛି, ଯାହାଫଳରେ ବିଶ୍ୱର ଅନୁବନ୍ଧିତ ଦେଶଗୁଡ଼ିକର ୨୦ ପ୍ରତିଶତ ଜନସଂଖ୍ୟା ଏହି ଟିକା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ସଂକ୍ରମଣ ପ୍ରବଣ ଅଞ୍ଚଳରେ ଏହି ଟିକା ପ୍ରଦାନ କରାଯିବ ବୋଲି ସ୍ୱାମୀନାଥନ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories