www.samajalive.in
Sunday, December 7, 2025
26.1 C
Bhubaneswar

ସୋମବାର ରାଶିଫଳ (୦୭-୧୨-୨୦୨୦)

ମେଷ: ଅର୍ଥ ଆଗମନକୁ ଶାଣିତ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଉପୁଜି ପାରେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିବାର ମାର୍ଗ ଉନ୍ମୁକ୍ତ ରହିବ। ରୂପବାନ୍‍ ଓ ସୁଖୀ ହେବେ।

ବୃଷ: ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତି ହୋଇପାରନ୍ତି। କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବେ। ଯାନବାହନ ସୁଖ ମିଳିବ। ଗୃହଉପୋଯୋଗୀ ହେ​‌େ​‌ବ।

- Advertisement -

ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଦାନ ଧର୍ମକୁ ଶ୍ରେୟ ମଣିବେ। କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି। ବଚନ ମଧୁର ହୋଇପାରନ୍ତି।

କର୍କଟ: କାର୍ଯ୍ୟଟି କରାୟତ କରିବାରେ ସକ୍ଷମ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମର ସୂଚନା ମିଳୁଛି। ଦେବ ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ଯାନବାହନ ସୁଖ ମିଳିବ।

ସିଂହ: ଶତ୍ରୁନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉପାର୍ଜନ ଅଧିକ ହେବ।

କନ୍ୟା: ଭଲ ମନ୍ଦ ମିଶ୍ରିତ ଫଳ ମିଳିପାରେ। କର୍ମତତ୍ପରତା ପ୍ରକାଶ ପାଇବ। ପରୋପକାରୀ ହେବେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। କୀର୍ତ୍ତିମାନ୍‍ ହେବେ। ଘାଚଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ତୁଳା: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆୟ ପରିମାଣ ଅଧିକ ହେବ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ସରକାରୀ ସ୍ତରରୁ ସମ୍ମାନିତ ହେବା ସହ ଧନଲାଭ ହୋଇପାରେ।

ବିଛା: ସୁଖ ସମ୍ମାନ ଲାଭ କରିପାରନ୍ତି। ବିନାଦ୍ୱିଧାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଚାଲୁ ରହିଥିବା କାର୍ଯ୍ୟର ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତମାନର ହେବ। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରନ୍ତି। କରିତ୍‍କର୍ମା ହେବେ।

ଧନୁ: ଶୁଭ କାର୍ଯ୍ୟକୁ ତୁରନ୍ତ ସମାଧାନ କରିବେ। ଆଦର୍ଶବାଦୀ ହେବେ। ନୈତିକତା ବୃଦ୍ଧି ହୋଇପାରେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଗୋଷ୍ଠୀଙ୍କୁ ସହାୟତା ଦେବେ।

ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ବୃଦ୍ଧି ହୋଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସ୍ୱାଭିମାନୀ ହେବେ। ଯାତ୍ରା ଶୁଭଦାୟକ। ରଣାଙ୍ଗନରେ ପଶ୍ଚାତ୍‍ପଦ ହେବାର ପ୍ରଶ୍ନ ଉଠୁନାହିଁ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

କୁମ୍ଭ: ଧୀର ଚିତ୍ତ, ସ୍ଥିର ବୃଦ୍ଧିରେ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ। ଆନନ୍ଦ ଉତ୍ସବ ମାର୍ଗ ରହିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଦୟାଳୁ ସ୍ୱଭାବର ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ମୀନ: ଯାହା ଇଚ୍ଛା କରିବେ ତାହା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁ ଦମନ କରି ପରିବାରକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିବେ। ସୁସମ୍ବାଦ ମିଳିବ। କରଜ ସୁଝିବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories