www.samajalive.in
Wednesday, December 10, 2025
17.1 C
Bhubaneswar

ୱେସ୍କୋ ଘରୋଇକରଣକୁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବିରୋଧ

ବ୍ରଜରାଜନଗର : ୱେସ୍କୋ ଘରୋଇକରଣକୁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ବିରୋଧ କରାଯାଇଛି । ଘରୋଇକରଣ ପ୍ରତିବାଦରେ ଆଜି ବ୍ରଜରାଜନଗର ଖଲିଆକାନୀ ଗୀଡ଼ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ୱେସ୍କୋ ଓ ସାଉଥକୋକୁ ୨୫ ବର୍ଷ ପାଇଁ ଟାଟା କମ୍ପାନୀକୁ ସାଗ ମାଛ ଦରରେ ବିକ୍ରି କରିଥିବାରୁ ଏହାର ବିରୋଧରେ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗ ଦେବା ପାଇଁ ବୈଠକରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଣୟ କୁମାର ନାଏକ ଆହ୍ବାନ ଦେଇଥିଲେ । ସେହିପରି ଘରୋଇକରଣ ପ୍ରଭାବରେ ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ କିପରି ଭାବେ କ୍ଷତିଗ୍ରସ୍ତ ହେବେ ସେ ବାବଦରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଥିଲା। ତା ସହିତ ସରକାରଙ୍କ କମ୍ପାନୀ ପ୍ରିତି ଯୋଗୁଁ ବିଦ୍ୟୁତ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ପାଇଁ ଏକ ରକମ ବାଟ ଫିଟି ସାରିଥିବା ବକ୍ତାମାନେ ଆଶଂକା ପ୍ରକାଶ କରିଥିଲେ । ପଶ୍ଚିମ ଓଡ଼ିଶା ବିଦ୍ୟୁତ ମହାସଂଘର ସାଧାରଣ ସମ୍ପାଦକ ଲଳିତ କୁମାର ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିଥିଲେ । ସଭା ପରିଚାଳନା ଆତ୍ମୟ କୁମାର ପାଟ୍ଟଯୋଶୀ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଝାରସୁଗୁଡ଼ା ଡିଭିଜନ ସମ୍ପାଦକ ରିତେଶ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories