ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ-ସାରୁଅ ୫୭ନଂ ଜାତୀୟ ରାଜପଥ ଉପରେ ଥିବା ବଡଶଙ୍ଖ ନିକଟରେ ଆଜି ଏକ ଡାଲା ଅଟୋ ଧକ୍କାରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ରାଜ ସୁନଖଳା ଗ୍ରାମର ପ୍ରଭାତ କୁମାର ସାହୁ ଭୁବନେଶ୍ୱରରୁ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହଳଦିଆ ରଙ୍ଗର ଡାଲା ଅଟୋ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ସେ ତଳେ ପଡି ହାତ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିଲେ। ସେଠାରୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଉଦ୍ଧାର ହୋଇ ବାଘମାରୀ ଥାନାରେ ମୌଖିକ ଭାବେ ଜଣାଇ ଚିକିତ୍ସାଧିନ ଅଛନ୍ତି।
Popular Categories



