www.samajalive.in
Tuesday, December 9, 2025
17.1 C
Bhubaneswar

ଅନ୍‍ଲାଇନ୍‍ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ୍‍ ସମ୍ପର୍କିତ ବିଜ୍ଞାପନ ପ୍ରଦର୍ଶନ ପାଇଁ ପରାମର୍ଶବଳୀ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଳୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ୍‍ ପ୍ରସାରଣକାରୀଙ୍କୁ ଭାରତୀୟ ବିଜ୍ଞାପନ ମାନକ ପରିଷଦର ନିର୍ଦ୍ଦେଶାବଳୀ ପାଳନ କରି ଅନ୍‍ଲାଇନ୍‍ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ୍‍ ସମ୍ପର୍କିତ ବିଜ୍ଞାପନ ପ୍ରଦର୍ଶନ ପାଇଁ ପରାମର୍ଶବଳୀ ଜାରି କରିଛି। ମନ୍ତ୍ରଣାଳୟ କହିଛି, ନିୟମ ବହିର୍ଭୁତ କୌଣସି ପ୍ରକାରର ବିଜ୍ଞାପନ ପ୍ରସାରଣକୁ ବାରଣ କରାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପ୍ରତିନିଧି ଏଏସ୍‍ସିଆଇ, ନ୍ୟୁଜ୍‍ ବ୍ରଡ୍‍କାଷ୍ଟର୍ସ ଆସୋସିଏସନ୍‍, ଇଣ୍ଡିଆନ୍‍ ବ୍ରଡ୍‍କାଷ୍ଟିଂ ଫାଉଣ୍ଡେସନ୍‍ ଭଳି ସଂସ୍ଥାମାନଙ୍କର ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ କହିଛି, ଅନ୍‍ଲାଇନ୍‍ ଗେମିଂ କ୍ଷେତ୍ରରେ ଘୋଷଣାନାମା ପ୍ରଦର୍ଶନ କରାଯିବ, ଯେଉଁଥିରେ ସେହି ଖେଳରେ ଆର୍ଥିକ କ୍ଷତି ରହିଥିବା ଦର୍ଶାଯିବ। ଏହି ଘୋଷଣାନାମା ବିଜ୍ଞାପନର ୨୦ ପ୍ରତିଶତ ସ୍ଥାନରେ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories