www.samajalive.in
Sunday, December 7, 2025
16.1 C
Bhubaneswar

ମହାପରିନିର୍ବାଣ ଦିବସରେ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଭାରତରତ୍ନ ଡକ୍ଟର ବି.ଆର୍‍. ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସରେ ଆଜି ଦେଶ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ
ଡକ୍ଟର ଆମ୍ବେଦକରଙ୍କ ଦେଶ ନିର୍ମାଣ ଅବଦାନର ସ୍ମୃତିଚାରଣ କରାଯାଉଛି।
ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ତାଙ୍କ ପ୍ରତିମୂର୍ତ୍ତିରେ ସଂସଦ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପରିନିର୍ବାଣ ଦିବସରେ ଡକ୍ଟର ବି.ଆର୍‍. ଆମ୍ବେଦକର୍‍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟ୍‍ କରି କହିଛନ୍ତି, ବାବାସାହେବଙ୍କ ଚିନ୍ତାଧାରା କୋଟି କୋଟି ଲୋକଙ୍କୁ ସାମର୍ଥ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶପାଇଁ ସେ ଦେଖିଥିବା ସ୍ୱପ୍ନ ପୂରଣ କରିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଗ୍ରେଟର୍‍ ମୁମ୍ବାଇ ପୌର ନିଗମ ପକ୍ଷରୁ କରୋନା ମହାମାରୀ ଦୃଷ୍ଟିରୁ ଚୈତନ୍ୟ ଭୂମିରେ ଏକତ୍ର ନ ହେବାପାଇଁ ଅନୁରୋଧ କରାଯାଇଛି।
ସେହିପରି ବି.ଏମ୍‍.ସି. ପକ୍ଷରୁ ଗ୍ଲୋବାଲ୍‍ ପାଗୋଡ଼ା ପରିଦର୍ଶନରେ ନ ଯିବାପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଘରେ ବାବାସାହେବ ଆମ୍ବେଦ୍‍କରଙ୍କ ମହାପରିନିର୍ବାଣ ଦିବସ ପାଳନ କରିବାପାଇଁ ଆହ୍ୱାନ ଦେଇଛନ୍ତି।
ଡକ୍ଟର ଆମ୍ବେଦ୍‍କର ଏକାଧାରରେ ଜଣେ ବିଚାରପତି, ଅର୍ଥନୀତିଜ୍ଞ,ରାଜନେତା ଏବଂ ସାମାଜିକ ସଂସ୍କାରକ ଥିଲେ। ତେବେ ଦଳିତ ମହିଳା ଏବଂ ସାଧାରଣ ବର୍ଗର ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ। ୧୯୯୦ରେ ମରଣୋତ୍ତର ଭାବେ ବାବାସାହେବଙ୍କୁ ଭାରତରତ୍ନ ସମ୍ମାନ ଦିଆଯାଇଥିଲା।
ଆଜି ବାବାସାହେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି, ବାବା ସାହେବଙ୍କ ପଥ ଅନୁସରଣ କରି ମୋଦି ସରକାର ଦଳିତଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories