ସାଉଦି ଆରବ ଓ ୟୁଏଇ ଯିବେ ଜେନେରାଲ ନରବଣେ
ନୂଆଦିଲ୍ଲୀ: ଭାରତର ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆସନ୍ତା ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ସାଉଦି ଆରବ ଗସ୍ତରେ ଯିବେ। ଭାରତର କୌଣସି ସେନାଧ୍ୟକ୍ଷ ଭାବେ ଏହି ଗସ୍ତ ପ୍ରଥମ। ସପ୍ତାହ ବ୍ୟାପୀ ଗସ୍ତ ଭାରତ ଓ ପଶ୍ଚିମ ଏସିଆର ଏହି ଦୁଇ ପ୍ରମୁଖ ଆରବ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ନିବିଡ଼ କରିବା ପାଇଁ ଉଦ୍ଦିଷ୍ଟ। ନରବଣେ ୬ରୁ ୮ ପର୍ଯ୍ୟନ୍ତ ସାଉଦି ଆରବ ଗସ୍ତ କରିବେ। ଏହା ପରେ ୟୁଏଇ ଯିବେ। କିଛି ଦିନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ୟୁଏଇ ଗସ୍ତରୁ ଫେରିଥିବାବେଳେ ନରବେଣଙ୍କ ଗସ୍ତକୁ ଗୁରୁତ୍ବର ସହ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ କରୋନା ସ୍ଥିତି ମଧ୍ୟରେ ରବେଣଙ୍କର ଏହା ହେବ ତୃତୀୟ ବିଦେଶ ଗସ୍ତ। ପୂର୍ବରୁ ଦେ ମ୍ୟାଁମାର ଓ ନେପାଳ ଯାଇଥିଲେ।
Comments are closed.