www.samajalive.in
Tuesday, December 9, 2025
26.1 C
Bhubaneswar

୨୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଆଣ୍ଡରସନ୍‌ଙ୍କ ଅବସର

ଖ୍ରୀଷ୍ଟଚର୍ଚ୍ଚ: ବାରମ୍ବାର ଆହତ ସମସ୍ୟାରେ ଛନ୍ଦି ହେଉଥିବା ନ୍ୟୁଜିଲାଣ୍ଡର ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଡରସନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ୟୁଏସ୍‌ଏ ମେଜର ଲିଗ୍‌ କ୍ରିକେଟ (ଏମ୍‌ଏଲସି)ରେ ଖେଳିବେ ବୋଲି କହିଛନ୍ତି। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ବାମହାତି ବ୍ୟାଟ୍‌ସମ୍ୟାନ ଓ ମିଡ଼ିୟମ ଫାଷ୍ଟ ବୋଲର ଆଣ୍ଡରସନ ନ୍ୟୁଜିଲାଣ୍ଡ ପାଇଁ ୧୩ଟି ଟେଷ୍ଟ, ୪୯ଟି ଦିନିକିଆ ଓ ୩୧ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। କ୍ରିକେଟର ୩ଟିଯାକ ଫର୍ମାଟରେ ଆଣ୍ଡରସନ ୯୩ଟି ମ୍ୟାଚରୁ ୨୨୭୭ରନ କରିବାରେ ସକ୍ଷମ ହୋଇଛନ୍ତି; ଯେଉଁଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ଏହାଛଡ଼ା ସେ ୯୦ଟି ୱିକେଟ ମଧ୍ୟ ହାସଲ କରିଛନ୍ତି। ୨୦୧୪ ଜାନୁଆରୀ ୧ରେ କୁଇନ୍‌ସ ଟାଉନରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୬ଟି ବଲରୁ ବିଶ୍ବର ପ୍ରଥମ ଖେଳାଳି ଭାବେ ଆଣ୍ଡରସନ ଦ୍ରୁତତମ ଦିନିକିଆ ଶତକ ଅର୍ଜନ କରିଥିଲେ। ୨୦୧୫ରେ ଦକ୍ଷିଣ ଆଫ୍ରିକାର ଏ.ବି. ଡିଭିଲିୟର୍ସ ୩୧ଟି ବଲରୁ ଶତକ ଅର୍ଜନ କରି ଉକ୍ତ ରେକର୍ଡକୁ ଭଙ୍ଗ କରିଥିଲେ। ଆଣ୍ଡରସନ ୨୦୧୫ ଆଇସିସି ବିଶ୍ବକପ କ୍ରିକେଟରେ ରନର୍ସଅପ ନ୍ୟୁଜିଲାଣ୍ଡ ଦଳର ସଦସ୍ୟ ଥିବାବେଳେ ଆଇପିଏଲ ଦିଲ୍ଲୀ ଡେୟାର ଡେଭିଲସ୍‌, ମୁମ୍ବାଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ମଧ୍ୟ ଖେଳିଛନ୍ତି। ୨୦୧୮ ନଭେମ୍ବର ୨ରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଶେଷ ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories