www.samajalive.in
Tuesday, December 9, 2025
15.1 C
Bhubaneswar

୧୦ରେ ନୂତନ ସଂସଦ ଭବନ ଭୂମି ପୂଜା

ନୂଆଦିଲ୍ଲୀ :  ଦେଶକୁ ଖୁବ୍ ଶୀଘ୍ର ଏକ ନୂତନ ସଂସଦ ଭବନ ମିଳିବାକୁ ଯାଉଛି, ସରକାର ନୂତନ ଭବନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଡିସେମ୍ବର ୧୦ରେ ଏହି ନୂତନ ଭବନ ନିର୍ମାଣ ପାଇଁ ଭୂମି ପୂଜା କରାଯିବ, ଯେଉଁଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ। ବର୍ତ୍ତମାନର ବିଲଡିଂ ନିକଟରେ ନୂତନ ସଂସଦ ଭବନ ନିର୍ମାଣ ହେବ। ଏହାର ନିର୍ମାଣ କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିପାରେ। ନୂତନ ଭବନ ପାଇଁ ୨୦୨୪ ସମୟସୀମା ଧାର୍ଯ୍ୟ କରାଯାଇଛି।

- Advertisement -

କିପରି ହେବ ନୂତନ ସଂସଦ ଭବନ ?

ନୂତନ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତ୍ତମାନ ସଂସଦ ଭବନଠାରୁ ବଡ଼ ହେବ। ନୂତନ ସଂସଦ ଭବନରେ ପାଖାପାଖି ୯୦୦ଟି ଆସନ ରହିବ। ମିଳିତ ଅଧିବେଶନରେ ଲୋକସଭା ୧,୩୫୦ ସାଂସଦ ଆରାମରେ ବସିପାରିବେ। ଏହି ନୂତନ ସଂସଦ ଭବନରେ  ଭିନ୍ନ ଭିନ୍ନ କାର୍ଯ୍ୟାଳୟ ରହିବ।

ସମସ୍ତ କାର୍ଯ୍ୟାଳୟଗୁଡିକ ଆଧୁନିକ ଡିଜିଟାଲ୍ ଇଣ୍ଟରଫେରେ ସଜ୍ଜିତ ହେବ ଏବଂ ଏଠାରେ ଥିବା ଅଧିକାଂଶ କାର୍ଯ୍ୟାଳୟ କାଗଜବିହୀନ ହେବ। ତିନୋଟି ପର୍ଯ୍ୟାୟରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବ। ନୂତନ ସଚିବାଳୟରେ ଦଶଟି ଅଟ୍ଟାଳିକା ନିର୍ମାଣ ହେବ ଯାହା ଦ୍ବାରା ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଗୋଟିଏ ସ୍ଥାନରେ ନିର୍ମାଣ ହୋଇପାରିବ। ଏହାର ନିର୍ମାଣ ଶେଷ କରିବାର ସମୟ ୨୦୨୪କୁ ଧାର୍ଯ୍ୟ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories