www.samajalive.in
Sunday, December 7, 2025
16.1 C
Bhubaneswar

ବର୍ଗର ଖାଇବାକୁ ୨ ଲକ୍ଷ ଟଙ୍କାରେ ବୁକ୍‌ କଲେ ହେଲିକପ୍ଟର, ୩୬୨ କିମି ଯାତ୍ରା କରି ପହଞ୍ଚିଲେ ରେଷ୍ଟୁରାଣ୍ଟ

ନିଜ ମନପସନ୍ଦର ଖାଦ୍ୟ ପ୍ରତି ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ରହିଥାଏ। କିନ୍ତୁ ଏହି ବ୍ୟକ୍ତିଙ୍କ ଦୁର୍ବଳତା ସବୁଠାରୁ ଭିନ୍ନ। ବର୍ଗର ଖାଇବା ଲାଗି ୨ ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ସେଥିରେ ୩୬୨ କିମି ଯାତ୍ରା କରି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ରୁଷ୍‌ର ନୌକା ବ୍ୟବସାୟୀ ଭିକ୍ଟର ମାର୍ଟିନୋଭ୍‌।

- Advertisement -

ମିରର.କୋ.ୟୁକେ ରିପୋର୍ଟ ଅନୁସାରେ, ୩୩ ବର୍ଷୀୟ ଭିକ୍ଟର ନିଜ ବାନ୍ଧବୀ ସହିତ ଛୁଟି କାଟିବାକୁ କ୍ରିମିୟା ଯାଇଛନ୍ତି। ଛୁଟି କାଟିବା ସମୟରେ ଏମସିଡି(ମ୍ୟାକ୍‌ଡୋନାଲ୍ଡ) ବର୍ଗର ଖାଇବାକୁ ତାଙ୍କର ମନ ହୋଇଥିଲା। ଆଖପାଖରେ ଥିବା ରେଷ୍ଟୁରାଣ୍ଟର ବର୍ଗର ତାଙ୍କର ପସନ୍ଦ ହୋଇ ନ ଥିଲା। ସେଠାରେ ଏମସିଡି ବର୍ଗର ମିଳି ନ ଥିଲା। ସେଠାରୁ ୩୬୨ କିମି ଦୂର କ୍ରାସନୋଡରଠାରେ ଏମସିଡିର ରେଣ୍ଟୁରାଣ୍ଟ ଥିଲା। ତେଣୁ ସେ ୨ ଲକ୍ଷ ଟଙ୍କାରେ ଏକ ହେଲିକପ୍ଟର ବୁକ୍‌ କରିଥିଲେ।

ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟରରେ ଉଡ଼ାଣ କରିବା ପରେ ଭିକ୍ଟର ନିଜ ବାନ୍ଧବୀ ସହିତ ଏମସିଡି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ରେଷ୍ଟୁରାଣ୍ଟରେ ସେ ବିଗ୍‌ ମ୍ୟାକ୍‌, ଫ୍ରେଞ୍ଚ ଫ୍ରାଇଜ୍‌, ମିଲ୍କ ସେକ୍‌ ଆଦି ଅର୍ଡର କରିଥିଲେ, ଯାହାର ବିଲ୍‌ ହୋଇଥିଲା ୪୮୫୯ ଟଙ୍କା। ହେଲିକପ୍ଟର ଭଡ଼ା ଦେଇଥିବା କମ୍ପାନୀ କହିଛି, ଏହା ପୂର୍ବରୁ ଏଭଳି କୌଣସି ବୁକିଂ ହୋଇ ନ ଥିଲା, ଯେଉଁଥିରେ ଜଣେ ବ୍ୟକ୍ତି କେବଳ ବର୍ଗର ଖାଇବା ଲାଗି ହେଲିକପ୍ଟର ଭଡ଼ା ନେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories