www.samajalive.in
Sunday, December 7, 2025
26.1 C
Bhubaneswar

ଜିଓ ଏବଂ ଗୁଗୁଲର ଶସ୍ତା ୪ଜି ସ୍ମାର୍ଟଫୋନକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଲକ୍ଷ ଲକ୍ଷ ଉପଭୋକ୍ତା ରିଲାଏନ୍ସ ଜିଓ ଏବଂ ଗୁଗୁଲର ଶସ୍ତା ୪ଜି ସ୍ମାର୍ଟଫୋନର ଅପେକ୍ଷାରେ ରହିଛନ୍ତି। କିଛି ମାସ ପୂର୍ବେ, ଜିଓ ଏବଂ ଗୁଗୁଲର ଏକ ସହଭାଗିତାରେ କମ୍ ମୂଲ୍ୟରେ ୪ଜି ଆଣ୍ଡ୍ରଏଡ୍ ଫୋନ୍ ଲଞ୍ଚ କରିବାକୁ ଯୋଜନା କରାଯାଇଥିଲା। ଏପର୍ଯ୍ୟନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ୧୦୦ ମିଲିୟନ୍ ଶସ୍ତା ୪ଜି ସ୍ମାର୍ଟଫୋନ୍ ଲଞ୍ଚ କରିବ। ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଜିଓ ପ୍ରାରମ୍ଭିକ ମୂଲ୍ୟରେ ୨୫୦୦ ଟଙ୍କା ମୂଲ୍ୟରେ ୫ଜି ସ୍ମାର୍ଟଫୋନ୍ ଆଣିବ, କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଜିଓର ଶସ୍ତା ୪ଜି ଏବଂ ୫ଜି ସ୍ମାର୍ଟଫୋନ୍ ପାଇଁ ଲୋକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ।

ଜିଓର ଶସ୍ତା ୪ଜି ସ୍ମାର୍ଟଫୋନ୍ ଚଳିତ ବର୍ଷ ଲଞ୍ଚ ହେବ ନାହିଁ
କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଜିଓ ଏବଂ ଗୁଗୁଲର ଡିଲକୁ ଗତ ମାସରେ ସିସିଆଇ ଅନୁମୋଦନ କରିଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଜିଓ ଏବଂ ଗୁଗୁଲରୁ ଶସ୍ତା ୪ଜି ଫୋନ୍ ଲଞ୍ଚ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ୯୧ ମୋବାଇଲର ଏକ ନୂତନ ରିପୋର୍ଟ ଦାବି କରିଛି ଯେ ଜିଓ ଏବଂ ଗୁଗୁଲର ଶସ୍ତା ୪ଜି ସ୍ମାର୍ଟଫୋନ୍ ଲଞ୍ଚ ହେବ ନାହିଁ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ଫୋନ୍ ପରୀକ୍ଷା କରାଯାଉଛି ଏବଂ ଏହା ପ୍ରାୟ ତିନି ମାସ ଲାଗିବ, ଅର୍ଥାତ୍ ମାର୍ଚ୍ଚ ୨୦୨୧ ସୁଦ୍ଧା ଫୋନର ପରୀକ୍ଷା ଶେଷ ହେବ। ଯଦିଓ ଫୋନ୍ ଲଞ୍ଚ ହେବାର ପ୍ରକୃତ ତାରିଖ କାହାକୁ ଜଣା ନାହିଁ।
ପ୍ରଥମ ୪ଜି ଫୋନ୍ ୨୦୧୭ରେ ଲଞ୍ଚ କରାଯାଇଥିଲା
ରିଲାଏନ୍ସ ଜିଓ ୨୦୧୭ ମସିହାରେ ୧୫୦୦ ଟଙ୍କା ମୂଲ୍ୟରେ ବିଶ୍ୱର ପ୍ରଥମ ୪ଜି ଜିଓ ଫୋନ୍ ଲଞ୍ଚ କରିଥିଲା। ଯଦିଓ ବର୍ତ୍ତମାନ ଜିଓ ଫୋନର ମୂଲ୍ୟ ୬୯୯ ଟଙ୍କାକୁ ହ୍ରାସ କରାଯାଇଛି। ଜିଓ ଫୋନ୍ ପରି ଗୁଗୁଲ କମ୍ପାନୀ ସହିତ ୪ହଜାରରୁ ୫ହଜାର ଟଙ୍କା ମଧ୍ୟରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବ ବୋଲି ଆଶା କରାଯାଉଛି। ଜିଓ ମାତ୍ର ତିନି ବର୍ଷ ମଧ୍ୟରେ ପ୍ରାୟ ୭ କୋଟି ସ୍ମାର୍ଟଫୋନ୍ ବିକ୍ରି କରିସାରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories