କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ୨୦ନଂ ଜାତୀୟ ରାଜପଥ କଡ ଦରଖୋଳା ଗ୍ରାମରେ ଗତ କାଲି ରାତି ପ୍ରାୟ ଦୁଇଟା ସମୟରେ ହାତୀ ପଲ ଗାଁ ଭିତରେ ପଶି ଧାନ ଖଳାରେ ରହିଥିବା ଧାନକୁ ଦଳି ଚକଟି ଖାଇଯାଇଛନ୍ତି । ଯେଉଁ ସବୁ ଧାନକୁ ହାତୀ ଖାଇଛନ୍ତି ତାହା ଉକ୍ତ ଗ୍ରାମର ଜଙ୍ଗାବେଓ୍ବା ବିଧବା ମହିଳା ଜଣଙ୍କର ବୋଲି ଜଣାପଡିଛି ।ସେ ଜଣେ ଆଦିବାସୀ ସଂମ୍ପ୍ରଦାୟର ଲୋକ ଧାନ ଚାଷ କରି ପରିବାର ପୋଷଣ କରିଥାନ୍ତି । ଚଳିନ ବର୍ଷ ଅମଳ କରି ରଖିଥିବା ଧାନକୁ ହାତୀ ଖାଇଯିବାରୁ ନିଜ ପରିବାରକୁ କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।ସେ ଦୁଃଖରେ ସରକାର ତାଙ୍କ ହାତୀ ଖାଇଥିବା ଧାନର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।
Comments are closed.