www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଥମଥର ଲାଗି ୪୫୦୦୦ସ୍ତର ଅତିକ୍ରମ କଲା ସେନସେକ୍ସ

ଶୁକ୍ରବାର ରେକର୍ଡ଼ ଶୀର୍ଷରେ ପହଞ୍ଚିଛି ଇକ୍ବିଟି ବେଞ୍ଚମାର୍କ ସେନସେକ୍ସ । ଏକପକ୍ଷରେ ରିଜର୍ଭ ବ୍ୟାଙ୍କ ତୃତୀୟଥର ପାଇଁ ସୁଧହାର ଅପରିବର୍ତିତ ରଖିଥିବାବେଳେ ସେନସେକ୍ସ ୪୪୭ ଅତିକ୍ରମ କରି ୪୫୦୦୦ସ୍ତର ଅତିକ୍ରମ କରିଛି । ଶୁକ୍ରବାର ୪୪୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୪୫୧୪୮.୨୮ ଛୁଇଁବା ପରେ ୪୫୦୭୯.୫୫ରେ ବନ୍ଦ ହୋଇଛି ।

ସେହିଭଳି, ବ୍ୟାପକ  ନିଫ୍ଟି  ୧୨୪.୬୫ ପଏଣ୍ଟ ବୃଦ୍ଧି ପାଇ ୧୩୨୫୮.୫୫ରେ ବନ୍ଦ ହୋଇଛି ।  ଆଇସିଆଇସିଆଇ ବ୍ୟାଙ୍କ ଆଜି ସବୁଠାରୁ ଅଧିକ ଲାଭ ଅର୍ଜନ କରିଛି । ଏହାର ଅଂଶ ପ୍ରାୟ ୪% ବୃଦ୍ଧି ପାଇଛି । ଏହାବ୍ୟୀତ   ଅଲଟ୍ରାଟେକ୍ ସିମେଣ୍ଟ, ସନ୍ ଫାର୍ମା, ଭାରତୀ ଏୟାରଟେଲ୍,ଷ୍ଟେଟବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ପ୍ରମୁଖ ଲାଭ କରିଛି । ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବଜାଜ ଫିନସର୍ଭ, ଏଚସିଏଲ୍ ଟେକ୍ ଏବଂ ଏଚଡ଼ିଏଫସି ବ୍ୟାଙ୍କ ସେୟାର ହ୍ରାସ ପାଇଛି ।

- Advertisement -

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ  ସ୍ଥାୟୀ ଭିତ୍ତିରେ ଅଭିବୃଦ୍ଧିକୁ ପୁନର୍ଜୀବିତ କରିବା ଏବଂ COVID-19 ର ପ୍ରଭାବକୁ ହ୍ରାସ କରିବା ସହିତ ମୁଦ୍ରାସ୍ଫୀତି ଲକ୍ଷ୍ୟ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିବ । ମୁଦ୍ରାସ୍ଫୀତି ଚାପର ଉଚ୍ଚସ୍ତର ସତ୍ବେ ଲିକ୍ୟୁଇଟି ସ୍ଥିତି ଆରାମଦାୟକ ହେବ ଏବଂ ସୁଧ ହାର ନିକଟ ଭବିଷ୍ୟତରେ ନରମ ରହିବ। ତଥାପି ବ୍ୟାଙ୍କଗୁଡିକ ଦ୍ୱାରା ସୁଧ ହାରକୁ ଆହୁରି ସହଜ କରିବା ପାଇଁ ଆମେ ସୀମିତ ପରିସର ଦେଖୁଛୁ। ନୀତି ଫଳାଫଳ ସାଧାରଣତଃ ଇକ୍ୱିଟି ବଜାର ତଥା ସୁଧ ହାର ସମ୍ବେଦନଶୀଳ କ୍ଷେତ୍ର ଏବଂ ଅର୍ଥନୖତିକ ପୁନରୁଦ୍ଧାର ପାଇଁ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories