www.samajalive.in
Wednesday, December 10, 2025
15.1 C
Bhubaneswar

‘ପରୀ ପାଇଁ ନ୍ୟାୟ’: ଡିସେମ୍ବର ୨୦ରୁ ବିଜେପିର ରାଜ୍ୟବ୍ୟାପୀ ପଦଯାତ୍ରା

କେନ୍ଦୁଝରଗଡ: ନୟାଗଡର କୁନି ଝିଅ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏହି ଘଟଣାରେ ସମ୍ପୃକ୍ତ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଆସନ୍ତା ୨୦ ତାରିଖରୁ  ବିଜେପି ରାଜ୍ୟବ୍ୟାପୀ ପଦଯାତ୍ରା କରିବ । କେନ୍ଦୁଝରଠାରେ ଏହା ଘୋଷଣା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପରୀ ପ୍ରସଙ୍ଗ ବିଧାନସଭାରେ ଉଠିବା ଯୋଗୁଁ ସରକାର ଅତିତରବରିଆ ଭାବେ ୩୦ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିଛି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ହୋଟେଲ କାଶ୍‍ଭି ଇଣ୍ଟରନ୍ୟାସନାଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଅରୁଣ ସାହୁ ଓ ରାଜ୍ୟ ସରକାର ଉଭୟଙ୍କୁ ନିଶାଣ କରିଛନ୍ତି ।   ମନ୍ତ୍ରୀ ଅରୁଣ ସାହୁ ଯେଭଳି ଭାବେ ପରୀ ହତ୍ୟା ଘଟିଥିବା ପଞ୍ଚାୟତର ସରପଞ୍ଚଙ୍କୁ ଧମକ ଦେଉଥିବା ଅଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ବହିଷ୍କାର ପରିବର୍ତ୍ତେ ସୁରକ୍ଷା ଦେବାକୁ ଯାଇ ୩୦ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ୨୦୧୭-୧୮ ଓ ୨୦୧୮-୧୯ ଏହି ଦୁଇ ଆର୍ଥିକ ବର୍ଷରେ ରାଜ୍ୟରେ ୫୫୨୩ ନିଖୋଜ ଅଭିଯୋଗ ଥିବାବେଳେ ସେଥିମଧ୍ୟରୁ ଉଦ୍ଧାର ମାତ୍ର ୧୪ ପ୍ରତିଶତ ରହିଛି। ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ନୟାଗଡ ଜିଲାର ହୋଇଥିବା ବେଳେ ଏହି ନିଖୋଜ ଶିଶୁଙ୍କୁ ହତ୍ୟା କରାଯାଇ ସେମାନଙ୍କ ମୂଲ୍ୟବାନ ଅଙ୍ଗ ପ୍ରତ୍ୟଙ୍ଗକୁ କାଢ଼ି ଅଙ୍ଗ ପ୍ରତ୍ୟାରୋପଣ କରାଯାଉଥିବା ଭଳି ଶ୍ରୀ ମହାନ୍ତି ଗୁରୁତର ଅଭିଯୋଗ ଆଣିଥିବା ବେଳେ ରାଜ୍ୟବ୍ୟାପୀ ଶିଶୁ ସୁରକ୍ଷା ବିଭାଗ କ’ଣ କରୁଛି ବୋଲି ପ୍ରଶ୍ନ କରିଥିଲେ।

- Advertisement -

ପରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ପାଖରେ ଏପର୍ଯ୍ୟନ୍ତ ପୁଲିସ ପହଞ୍ଚି ପାରିନଥିବା ବେଳେ ତଦନ୍ତ ଆଳରେ ପୁଲିସ ଓଲଟା ପରୀ ପରିବାରର ସଦସ୍ୟଙ୍କୁ ଜେରା ସହ ପଲିଗ୍ରାଫ୍‍ ଭଳି ପରୀକ୍ଷା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତେଣୁ ପରୀକୁ ନ୍ୟାୟ ଦେବା ଲକ୍ଷ୍ୟରେ ରାଜ୍ୟ ବିଜେପି ପକ୍ଷରୁ ‘କୋଭିଡ-୧୯’ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ଚଳିତମାସ ୨୦ରୁ ୨୫ ତାରିଖ ରାଜ୍ୟର ୧୪୭ବିଧାନସଭା ନିର୍ବାଚନମଣ୍ଡଳୀରେ ଅତିକମରେ ୧୫ କି.ମି. ‘ପରୀ ପାଇଁ ନ୍ୟାୟ’ ପଦଯାତ୍ରା ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇ ଏହା କହିଛନ୍ତି। ପ୍ରାରମ୍ଭରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ କରିବା ଅବସରରେ ରାଜ୍ୟରେ ଦିନକୁଦିନ ଆଇନଶୃଙ୍ଖଳା କିଭଳି ଭୁଷୁଡିବାରେ ଲାଗିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜପି ଉପସଭାନେତ୍ରୀ ସୁକେଶୀ ଓରାମ, ପୂର୍ବତନ ଲୋକସଭା ସଦସ୍ୟ ଅନନ୍ତ ନାୟକ, ସଦର ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ମୋହନଚରଣ ମାଝି, କେନ୍ଦୁଝର ଜିଲା ବିଜେପି ପ୍ରଭାରୀ ନବୀନ ରାମଙ୍କ ସମେତ ଜିଲାସ୍ତରୀୟ ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories