www.samajalive.in
Monday, December 8, 2025
16.1 C
Bhubaneswar

ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୨ ପ୍ରତିଶତ : ମୋଟ୍‍ ସଂକ୍ରମଣର ୪.୩୫ ଭାଗ ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରିଯାଇଥିବାବେଳେ ଆରୋଗ୍ୟ ହାର ୯୪. ୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ଠାରୁ ଅଧିକ ରହିଛି। ଫଳରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୨୨ ଗୁଣା ଅଧିକ ରହିଛି।

ଦେଶରେ କ୍ରମାଗତ ୨୭ ଦିନ ଧରି ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ୫୦ ହଜାରରୁ କମ୍‍ ରହିଛି। ଗତ ୨୪ ଘଣ୍ଟା
ମଧ୍ୟରେ ୩୬ ହଜାର ୫୦୦ ନୂଆ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୪୩ ହାଜର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ଆହୁରି ହ୍ରାସ ପାଇ ୪.୫ ଭାଗରୁ ନିମ୍ନକୁ ଚାଲିଯାଇଛି। ଦେଶରେ ୪ ଲକ୍ଷ ୧୬ ହଜାର ୮୨ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି, ଯାହା ମୋଟ୍‍ ସଂକ୍ରମଣର ୪. ୩୫ ଭାଗ।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସଦ୍ୟ ସଂକ୍ରମିତମାନଙ୍କ ମଧ୍ୟରୁ ୭୫% ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ହରିୟାଣା ଓ ରାଜସ୍ଥାନ ସମେତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି। ମନ୍ତ୍ରଣାଳୟ କହିଛି, ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ
ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି।

ମନ୍ତ୍ରଣାଳୟ କହିଛି, କୋବିଡ୍‍ ମୃତ୍ୟୁହାର ୧.୪୫ %କୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୭୦ ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ୧୪ କୋଟି ୪୭ ଲକ୍ଷ ୨୮ ହଜାର ନମୁନା ପରୀକ୍ଷା କରାଯାଇଛି। ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍‍ଆର୍‍ ଦ୍ୱାରା ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ସହ ଭାରତ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷା କରିବାର ସାମାର୍ଥ୍ୟ ହାସଲ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯିବାରୁ ମୃତ୍ୟୁହାର ହ୍ରାସ ପାଉଛି। ଏହଯୋଗୁଁ ଦୈନିକ ସଂକ୍ରମିତ ହାର ମଧ୍ୟ ହ୍ରାସ ପାଉଛି। ଦେଶରେ ୨ ହଜାର ୧୯୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୧୮୬ଟି ସରକାରୀ ପରୀକ୍ଷାଗାର ଓ ୧
ହଜାର ୧୦ଟି ବେସରକାରୀ ପରୀକ୍ଷଗାର ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories