www.samajalive.in
Sunday, December 7, 2025
16.1 C
Bhubaneswar

ସ୍ବପ୍ନର ସତ୍ୟତା

ଗାଢ଼ ନିଦରେ ହିଁ ଆମେ ମଣିଷ ସପନ ରାଇଜରେ ଘୂରିବୁଲୁ। ଏଇ ରଙ୍ଗିନ ରାଇଜରେ ପ୍ରତିଦିନ ଭିନ୍ନଭିନ୍ନ ଚରିତ୍ରମାନଙ୍କୁ ଆମେ ଭେଟିଥାଉ। ତହିଁ ଆରଦିନ ସକାଳ ନିଦ ଭାଙ୍ଗିବା ପରେ ଭାବୁ ଯେ, ଆରେ ସେ ଲୋକକୁ ତ’ ମୁଁ ଚିହ୍ନିନି। ମୋ ସପନରେ ସେ ଚରିତ୍ରଟି କିଏ? ପ୍ରକୃତ ସତ କଥା କିନ୍ତୁ ​‌ଯେ ସ୍ବପ୍ନରେ ଦେଖୁଥିବା ପ୍ରତ୍ୟେକଙ୍କୁ ଦୈନନ୍ଦିନ ଜୀବନରେ ଆମେ ଭେଟି ଥାଉ ନଚେତ୍ ଫୋନ୍‌ରେ ଫଟୋ ଦେଖି କିମ୍ବା ଆମ ପ୍ରିୟ କାର୍ଯ୍ୟକ୍ରମ ଅବା ଚଳଚ୍ଚିତ୍ରର ଚରିତ୍ରଟିଏ ହିଁ ହୋଇଥିବ। ବିଶେଷଜ୍ଞ ଦଳ ଏ ଦିଗରେ ବାରମ୍ବାର ଅନୁଧ୍ୟାନ କରିବା ପରେ ଏହି ତଥ୍ୟ ଅବଗତ କରାଇଛନ୍ତି। ଅଜଣା ଚରିତ୍ରକୁ ମସ୍ତିଷ୍କ ରୂପ ଦେଇପାରେ ନାହିଁ। ସ୍ବପ୍ନରେ ଭେଟିଥିବା ଲୋକକୁ ଜୀବନକାଳରେ ନିଶ୍ଚିତ କେବେ ନା କେବେ ଆମେ ଭେଟିଥିବା ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

– ସ୍ବପ୍ନକୁ ସମ୍ପୂର୍ଣ୍ଣ ମନେରଖି ପରେ ବଖାଣିବା ସମ୍ଭବ ନୁହେଁ। ୧୦୦ଜଣଙ୍କ ମଧ୍ୟରେ ୨ଜଣ ଲୋକ ହିଁ ସେମାନଙ୍କ ସ୍ବପ୍ନର ୭୫% ମନେରଖିପାରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
– ମାନସିକ ବିକାରଗ୍ରସ୍ତ ହୁଅନ୍ତୁ କିମ୍ବା ବୟସ୍କ ଲୋକ, କୁନି ଛୁଆଟିଏ ମଧ୍ୟ ସ୍ବପ୍ନ ଦେଖିଥାଏ। କେତେଜଣ ସ୍ବପ୍ନରେ ହିଁ ଭବିଷ୍ୟତର ସଙ୍କେତ ପାଇଥାନ୍ତି। ଏହା ପରୀକ୍ଷାରେ ମଧ୍ୟ ପ୍ରମାଣିତ ହୋଇଛି।
– ଜଣେ ସାଧାରଣ ମଣିଷ ରାତ୍ରି ଶୋଇବା ସମୟରେ ଅତି କମ୍‌ରେ ୩-୪ଟି ସ୍ବପ୍ନ ଦେଖୁଥିବାର ପ୍ରକାଶ। ପୁରୁଷ ଓ ମହିଳା ଭିନ୍ନଭିନ୍ନ ପ୍ରକାରର ସ୍ବପ୍ନ ଦେଖୁଥିବାର ବିଶେଷଜ୍ଞଙ୍କ ମତ।
– ଘୁଙ୍ଗୁଡ଼ି ମାରୁଥିବା ଲୋକ ଅନ୍ୟମାନଙ୍କ ତୁଳନାରେ କମ୍ ସ୍ବପ୍ନ ଦେଖିଥାନ୍ତି। ଦିନରେ ବୟସ୍କ ପିଢ଼ି ଅଧିକ ସ୍ବପ୍ନ ଦେଖୁଥିବାବେଳେ ପିଲାମାନେ ଓ ଯୁବପିଢ଼ି ରାତ୍ରିବେଳା ହିଁ ଅଧିକ ସ୍ବପ୍ନ ଦେଖୁଥିବାର ଜଣାପଡ଼ିଛି। n-

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories